ଓଡିଶା

odisha

ETV Bharat / bharat

TOP NEWS@1PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@1PM

ନଜର ପକାନ୍ତୁ @1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 3, 2020, 1:01 PM IST

1. ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଆତଙ୍କବାଦୀ ନିପାତ

ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା କାନଗାନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ।

2. ‘ନିସର୍ଗ’: ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ମାଡି ଆସୁଛି ସାମୁଦ୍ରିକ ଝଡ‘ନିସର୍ଗ’ । ଏହା ପୂର୍ବରୁ ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଆଲୋଚନା ।

3. ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ଖାଦ୍ୟ, ନଦୀ ଭିତରେ ଠିଆ ଠିଆ ଚାଲିଗଲା ଜୀବନ

କେରଳର ମାଲାପୁରମ୍ ଜିଲ୍ଲାରେ ପଶୁ ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭିଣୀ ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି ଗ୍ରାମବାସୀ ଖାଇବାକୁ ଦେବା ପରେ ସେ ମୃତ୍ୟୁବରଣ କରିଛି ।

4. 150 କିମି ଦୂରରେ ନିସର୍ଗ: 6 ଫୁଟ ଉଚ୍ଚରେ ଉଠିବ ଜୁଆର, 80 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର

ଆଉ 150 କିମି ଦୂରରେ ରହିଛି ସାମୁଦ୍ରିକ ଝଡ ନିସର୍ଗ । ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ମୁମ୍ବାଇରେ ଏହା ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ପୂର୍ବରୁ 80 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

5. ବାତ୍ୟା ‘ନିସର୍ଗ’ ପାଇଁ ମୁମ୍ବାଇରେ 144 ଧାରା ଜାରି

ବାତ୍ୟା ‘ନିସର୍ଗ’କୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ବୁଧବାର ମଧ୍ୟରାତ୍ରରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ସହରରେ 144 ଧାରା ଜାରି କରିଛନ୍ତି।

6. ଗୋଟିଏ ପରିବାରର 5 ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଡ ଭାଇ ମୃତ

ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ ରାସ୍ତା ନିକଟରେ ରହୁଥିବା ଗୋଟିଏ ପରିବାରର 5 ସଦସ୍ୟ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଆଜି ସକାଳୁ ବଡ ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି ।

7. ବିଦେଶରୁ ଓଡିଆଙ୍କୁ ଆଣିବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ବିଦେଶରେ ଫସିଥିବା ଓଡିଆଙ୍କୁ ଆଣିବାକୁ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବନ୍ଦେ ଭାରତ ମିଶନ ଜରିଆରେ ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆଙ୍କୁ ସିଧାସଳଖ ଭୁବନେଶ୍ବର ଆଣିବାକୁ ସେ ଅନୁରୋଧ କରିଛନ୍ତି ।

8. ବନ୍ଦେ ଭାରତ ଫେଜ୍‌-3: ଲଣ୍ଡନରୁ 5 ଟି ବିମାନରେ ସ୍ବଦେଶ ଫେରିବେ 1200 ପ୍ରବାସୀ

ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ ପାଖାପାଖି 1200 ପ୍ରବାସୀ ଲଣ୍ଡନରୁ ସ୍ବଦେଶ ଫେରିବେ । ସେମାନେ ଏୟାର ଇଣ୍ଡିଆର 5ଟି ବିମାନରେ ଆସିବେ ବୋଲି ଜଣାପଡିଛି ।

9. ବିକ୍ଷୋଭ ପାଇଁ ବଢିଲା କୋରୋନା ଆକ୍ରାନ୍ତ ସଂଖ୍ୟା, ଚିନ୍ତାରେ ଆମେରିକା ସ୍ବାସ୍ଥ୍ୟ ବିଭାଗ

ଯୁକ୍ତରାଷ୍ଟ୍ର ଆମେରିକାରେ 18ଲକ୍ଷ 27 ହଜାର 206ଟି କୋରୋନା ପଜିଟିଭ ମାମଲା ରହିଥିବା ବେଳେ 1ଲକ୍ଷ 6 ହଜାର 28ଜଣଙ୍କର ମୃତ୍ୟୁ ଘଟିଛି । ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଆଧାରରେ ଏହା ଜଣାପଡିଛି । ଅଧିକ ପଢନ୍ତୁ...

10. ସାମ୍ଭାବ୍ୟ ଯୁଦ୍ଧ ପ୍ରସ୍ତୁତି, ନିର୍ମାଣ ହେଉଛି ରନୱେ

ସୀମା ନିକଟରେ ଭାରତ ଓ ଚୀନ ମଧ୍ୟରେ ସାମରିକ ବିବାଦ ଲାଗି ରହିଛି । ଏହି ସମୟରେ ଦକ୍ଷିଣ କାଶ୍ମୀରରେ ରନୱେ ନିର୍ମାଣ କରୁଛି ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ...

ABOUT THE AUTHOR

...view details