ଓଡିଶା

odisha

ETV Bharat / bharat

TOP NEWS@1PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 2, 2020, 1:00 PM IST

1. ରାଜ୍ୟରେ 141 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି

ରାଜ୍ୟରେ ଆଉ 141 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 2245କୁ ବୃଦ୍ଧି ପାଇଛି । 141 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିଥିବାବେଳେ 31 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

2. ଡିକି ଭିତରେ କୋଟିଏ ଟଙ୍କାର ବ୍ରାଉନସୁଗାର, ଦୁଇ ଗିରଫ

ଗାଡି ଡିକିରେ କୋଟିଏ ଟଙ୍କାର ବ୍ରାଉନସୁଗାର। ବାଇକରେ ବୁଲି ଡିଲ ବେଳେ ଧରାପଡିଲେ 2 ଅଭିଯୁକ୍ତ। ରାଜଧାନୀର ତମାଣ୍ଡୋ କଳିଙ୍ଗ ନଗରରୁ ଜବତ କଲା ଏସଟିଏଫ ଟିମ।

3. ଇଣ୍ଡିଆ ନା ଭାରତ, ଶୁଣାଣି ଆଜି

ଦେଶର ଇଂରାଜି ନାମ ‘ଇଣ୍ଡିଆ’ ବଦଳରେ ଭାରତ କରିବାକୁ ଦାବି କରି ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନର ଆଜି ହେବ ଶୁଣାଣି। ଅଧିକ ପଢନ୍ତୁ...

4. ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ଡଙ୍ଗରିଆ କଳା, ସଂସ୍କୃତିକୁ ଅସମ୍ମାନ । ସେମାନଙ୍କ ପୂଜା ପରମ୍ପରାରେ ବ୍ୟବହୃତ ଝୋଟିକୁ ଜୋତାରେ ବ୍ୟବହାର କହି ଇ କମର୍ସ କମ୍ପାନୀ କରୁଛି ବେପାର । ଯାହାକୁ ନେଇ ଦେଖାଦେଇଛି ବିବାଦ । ଅଧିକ ପଢନ୍ତୁ...

5. ଭୋକର ଜ୍ବାଳାରେ ଯୋଗେଶ୍ବର, ଭଙ୍ଗା କ୍ୟାବିନରେ କଟୁଛି ଜୀବନ

ଜଣେ ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ । ଜାତୀୟ ରାଜପଥ କଡରେ ଦୀର୍ଘ ଚାଳିଶ ବର୍ଷ ହେଲା କଟୁଛି ଜୀବନ । ଅଧିକ ପଢନ୍ତୁ...

6. ଘୂର୍ଣ୍ଣିବଳୟ ‘ନିସର୍ଗ’: ଆରବସାଗରରେ ତୀବ୍ର ହେଲା ଝଡର ସ୍ଥିତି

ମଙ୍ଗଳବାର ଦିନ ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଟ୍ରପିକାଲ୍ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳ ଅଭିମୁଖେ ଆସୁଛି । ଜୁନ 3 ରେ ମୁମ୍ବାଇ ନିକଟରେ ଏହା ଲ୍ୟାଣ୍ଡଫଲ କରିବ ।

7. ବାତ୍ୟା ନିସର୍ଗକୁ ନେଇ ଆଗୁଆ ବୈଠକ କଲେ ଗୁଜୁରାଟ ସରକାର

ବାତ୍ୟା ନିସର୍ଗକୁ ନେଇ ଆଗୁଆ ପ୍ରସ୍ତୁତ ହେଲେ ଗୁଜୁରାଟ ସରକାର । ଏହି ବାତ୍ୟାର ମୁକାବିଲା କରିବା ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅହମ୍ମଦାବାଦରେ ବୈଠକ କରିଛନ୍ତି । ବାତ୍ୟାକୁ କିଭଳି ଭାବେ ମୁକାବିଲା କରାଯାଇ ପାରିବ ସେନେଇ ସେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

8. ‘ମନ କି ବାତ’ କୁ ଟକ୍କର ଦେବ ରାହୁଲଙ୍କ ପୋଡକାଷ୍ଟିଂ

ପିଏମଙ୍କୁ କାଉଣ୍ଟର କରିବାକୁ ମୋଦିଙ୍କ ରାସ୍ତାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’କୁ ଟକ୍କର ଦେବ ପୋଡକାଷ୍ଟ । ଖୁବଶୀଘ୍ର ପୋଡକାଷ୍ଟିଂକୁ ଆପଣାଇ ପାରନ୍ତି ରାହୁଲ ଗାନ୍ଧୀ ।

9. କୋରୋନା ପାଇଁ ନିରାଡମ୍ବରରେ ପାଳନ ହେଉଛି ତେଲେଙ୍ଗାନା ପ୍ରତିଷ୍ଠା ଦିବସ

ଆଜି (ଜୁନ୍ 2) ତେଲେଙ୍ଗାନା ପ୍ରତିଷ୍ଠା ଦିବସ। କୋରୋନା କାଳରେ ଅତ୍ୟନ୍ତ ନିରାଡମ୍ବର ଭାବେ ଦିନଟି ପାଳୁଛନ୍ତି ରାଜ୍ୟବାସୀ। 2014ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅଧୀନରେ ତେଲେଙ୍ଗାନାକୁ ରାଜ୍ୟର ମାନ୍ୟତା ମିଳିଥିଲା।

10. କୋରୋନାକୁ ମାତ ଦେଉଛି ଏହି ଔଷଧ, ଖୁଲାସା କଲେ ଗିଲେଡ

କୋରୋନା ଭାଇରସର ଭ୍ୟାକିସନକୁ ନେଇ ଏକ ଖୁସି ଖବର । ଦିନେ ଯେଉଁ ଔଷଧ ଇବୋଲାକୁ ମୂଳପୋଛ କରିଥିଲା, ତାହା ଏବେ କୋରୋନା ସହ ମୁକାବିଲା କରୁଛି। ଗିଲେଡ ସାଇନ୍ସ ଇନକର୍ସ ଦ୍ବାରା ପ୍ରସ୍ତୁତ ହୋଇଥିବା ରିମଡେସିଭର ଔଷଧ ଦ୍ବାରା ଏବେ ସୁସ୍ଥ ହେଉଛନ୍ତି କୋଭିଡ ରୋଗୀ ।

ABOUT THE AUTHOR

...view details