ଓଡିଶା

odisha

ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 11 AM
TOP NEWS @11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 26, 2020, 11:01 AM IST

1-ଦେଶରେ 59 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

24 ଘଣ୍ଟାରେ ଦେଶରେ 85,362 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,089 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 59 ଲକ୍ଷ 3 ହଜାର 933ରେ ପହଞ୍ଚିଛି ।

2-ଜଗତପୁରରେ ନକଲି ସସ୍‌ କାରଖାନା ଠାବ, 2 ଅଟକ

ଜଗତପୁରରୁ ପୁଣି ଠାବ ହେଲା ନକଲି ସସ୍‌ କାରଖାନା । ଅନେକ ପରିମାଣର ନକଲି ସସ୍‌ ଓ ସରଞ୍ଜାମ ଜବତ । 2ଜଣ ଅଟକ ।

3-ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।

4-ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜନ୍ମଦିନ । ସେ 2004 ରୁ 2014 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ସେ ଡକ୍ଟର ମନମୋହନ ସିଂ ପିଭି ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ସେହି ସମୟ ମଧ୍ୟରେ ଆର୍ଥିକ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ 1991-1995 ମସିହାରେ ଦେଶର ଅର୍ଥନୀତି ସଙ୍କଟରୁ ରକ୍ଷା ପାଇଥିଲା।

5-ସ୍ବାମୀର ଜଘନ୍ୟ କାଣ୍ଡ, ସ୍ତ୍ରୀକୁ ହତ୍ୟାକରି ଫେରାର୍‌

ଖୋର୍ଦ୍ଧାରେ ବିଭତ୍ସ ହତ୍ୟାକାଣ୍ତ । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । କାରଣ ଅସ୍ପଷ୍ଚ ।

6-ଶ୍ରୀମନ୍ଦିର ସମ୍ମୁଖରେ ନାଗାସାଧୁଙ୍କ ବିକ୍ଷୋଭ

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ନାଗାସାଧୁମାନେ ବିକ୍ଷୋଭ କରିଛନ୍ତି। ପୂଜାର୍ଚ୍ଚନା ପାଇଁ ପ୍ରଶାସନ ଅନୁମତି ନ ଦେବା ପ୍ରସଙ୍ଗରେ ସେମାନେ ପ୍ରତିବାଦ କରିଛନ୍ତି ।

7-ଜାତିସଂଘରେ ଇମ୍ରାନଙ୍କ ଭାଷଣ ମଝିରେ ଭାରତୀୟ ପ୍ରତିନିଧିଙ୍କ ବୟକଟ

କୋରୋନା ସଙ୍କଟ ହେତୁ ମିଳିତ ଜାତିସଂଘର ସାଧାରଣ ସଭା ଏଥର ଏକ ଭର୍ଚୁଆଲ୍ ଆୟୋଜିତ ହେଉଛି । ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।

8-ତାସ ଖେଳରୁ ମରଣାତ୍ମକ ଆକ୍ରମଣ, 6 ଗୁରୁତର ଆହତ

ତାସ ଖେଳରୁ ମରଣାତ୍ମକ ଆକ୍ରମଣ । 6 ଜଣ ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି ।

9-ତେଲେଙ୍ଗାନାରେ ଖୋଲିବ ବାର,ପାର୍କ ଓ କ୍ଲବ, ଗ୍ରୀନ ସିଗନାଲ ଦେଲେ ସରକାର

ତେଲେଙ୍ଗାନାରେ ପୁନଃ ଖୋଲିବ ବାର, କ୍ଲବ, ପାର୍କ । ମହାମାରୀ କୋରୋନା ପାଇଁ ଏହ ସବୁ ଉପରେ ରୋକ ଲଗାଇଥିଲେ ସରକାର । ତେବେ କୋଭିଡ୍ ଗାଇଡଲାଇନ ସହ ଶୁକ୍ରବାର ଠାରୁ ବାର୍, କ୍ଲବ୍ ଏବଂ ପାର୍କ ପୁନଃ ଖୋଲିବା ନେଇ ଅନୁମତି ଦେଇଛନ୍ତି ତେଲେଙ୍ଗାନା ସରକାର ।

10-ବଜାରକୁ ଆସିବ ନୋକିଆର ଦୁଇଟି ଦମଦାର ଫୋନ, ଜାଣନ୍ତୁ ଫିଚର ସମ୍ପର୍କରେ

ନୋକିଆ କମ୍ପାନୀ ପକ୍ଷରୁ ଏକସାଙ୍ଗରେ ଦୁଇଟି ଦମଦାର ଫୋନ ବଜାରକୁ ଛାଡିବାକୁ ଯାଉଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ଦୁଇଟି ଫୋନ ଲଞ୍ଚ ହେବ ବୋଲି ଜଣାପଡିଛି । ନୋକିଆର 2.4 ଓ 3.4 ମଡେଲ ଲଞ୍ଚ ହେବାକୁ ଯାଉଛି ।

ABOUT THE AUTHOR

...view details