ଓଡିଶା

odisha

ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ଗୁରୁତ୍ବପୂର୍ଣ୍ଣ ଖବର

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @11AM
TOP NEWS @11AM

By

Published : Aug 29, 2020, 10:59 AM IST

1-ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲାଗୁ ହେବନି ଲକଡାଉନ-ସଟଡାଉନ ନିୟମ

ପରୀକ୍ଷା ସମୟରେ ସଟଡାଉନ୍ ନିୟମରେ କୋହଳ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଜେଇଇ ଓ ନିଟ୍ ପରିକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଅକ୍ଟୋବର ୧ ରୁ ୬ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ କୈଣସି ସହରରେ ଲକଡାଉନ କି ସଟଡାଉନ୍ ଲଗାଯିବା ନାହିଁ ।

2-କୋରୋନା ମାମଲାରେ ଲାଗୁନି ବ୍ରେକ, 24 ଘଣ୍ଟାରେ 76,472 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ 76,472 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,021 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34,63,973ରେ ପହଞ୍ଚିଛି ।

3-ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଉଦଘାଟନ କରିବେ ମୋଦି

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଣୀ ଲକ୍ଷ୍ମୀ ବାଇ (ଆରଏଲବି) କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଏବଂ ପ୍ରଶାସନ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନ ଅଟେ। ଅଧିକ ପଢନ୍ତୁ...

4-ବନ୍ୟା ଜଳ ଦେଖିବାକୁ ଆସି ବୁଡିଗଲେ କଲେଜ ଛାତ୍ର

ଢେଙ୍କାନାଳ ଭୁବନ ଅଞ୍ଚଳରେ ଅଭାବନୀୟ ଘଟଣା । ବନ୍ୟା ଜଳି କମିଥିବାର ଦେଖିବାକୁ ଆସି ବୁଡିଗଲେ 17 ବର୍ଷର ନାବାଳକ । ଅଧିକ ପଢନ୍ତୁ...

5-କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ, 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ

କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ ପଡିଲା ମହଙ୍ଗା । 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

6-ବଢୁଛି ହାତୀ ଉପଦ୍ରବ, କ୍ଷତି ପୂରଣ ଆଶାରେ ପ୍ରଭାବିତ ଚାଷୀ

ସୁବର୍ଣ୍ଣପୁର ଜିଲ୍ଲା ଉପାନ୍ତରେ ଥିବା ବିରମହାରାଜପୁର ବନାଞ୍ଚଳର ଗୌଡଗାଡ ଗାଁରେ ପୁଣି ଦେଖିବାକୁ ମିଳିଛି ହାତୀ ପଲଙ୍କ ଉପଦ୍ରବ । ଦିନ ଦ୍ବିପ୍ରହରରେ ହାତୀ ପଲ ଆସି ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

7-ଲଦାଖରେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ, ଯେଉଁଠିକୁ ପରିବହନ ଓ ସେନା ପ୍ରେରଣ ହେଉଛି ମୁଖ୍ୟ ସମସ୍ୟା

ପୂର୍ବ ଲଦାଖରେ ଅଚଳାବସ୍ଥାର ଶହେ ଦିନ ପରେ ବି କ୍ରମଶଃ ଏହା ସ୍ପଷ୍ଟ ହେଉଛି ଯେ, ସୀମାନ୍ତରେ ପୂର୍ବାବସ୍ଥା ବଜାୟ ରଖିବାକୁ ଭାରତର ଦାବି ଗ୍ରହଣ କରିବାରେ ଚୀନ୍ ବିଶେଷ ଆଗ୍ରହ ଦେଖାଉନାହିଁ । ଏବେ ଲଦାଖରେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ, ଯେଉଁଠିକୁ ପରିବହନ ଓ ସେନା ପ୍ରେରଣ ହେଉଛି ମୁଖ୍ୟ ସମସ୍ୟା । ଅଧକ ପଢନ୍ତୁ ..

8-ଅଗଷ୍ଟ 27ରେ ଦେଶକୁ 83,000 ଯାତ୍ରୀଙ୍କ ଆଗମନ

ଲକଡାଉନର ଅନଲକ ପର୍ଯ୍ୟାୟରେ ବିମାନ ଚଳାଚଳ ଜାରି ରହିଛି। ତେବେ ଅଗଷ୍ଟ 27ରେ 82,000 ରୁ ଅଧିକ ଯାତ୍ରୀ ବିମାନରେ ଦେଶ ଭିତରେ ବିଭିନ୍ନ ସ୍ଥାନରୁ ଆସିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି।

9-ମର୍ମନ୍ତୁଦ ସଡକ ଦୁର୍ଘଟଣା: 7 ମୃତ,2 ଗୁରୁତର

ଝାଡଖଣ୍ତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 7 ମୃତ୍ୟୁ ,2 ଜଣ ଗୁରୁତର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

10-ଝାଡଖଣ୍ଡର ମାଝଗାଁରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ

ଝାଡଖଣ୍ଡ ମାଝଗାଁଓରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି। ଏନେଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ସୂଚନା ଦେଇଛି।

ABOUT THE AUTHOR

...view details