ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Aug 18, 2020, 11:00 AM IST

1-24 ଘଣ୍ଟାରେ ଦେଶରେ 55,079 ପଜିଟିଭ ରିପୋର୍ଟ, 876 ମୃତ

ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି କୋରୋନା ମହାମାରୀ। ପ୍ରତ୍ୟେକ ଦିନ ଆସୁଛି 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ ।

2-24 ଘଣ୍ଟା ମଧ୍ୟରେ ଦେଶରେ ହୋଇଛି 8.97 ଲକ୍ଷ କୋଭିଡ୍ ଟେଷ୍ଟ: ICMR

ଦେଶରେ ସଂକ୍ରମଣ ମାମଲା ଦିନକୁ ଦିନ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ବହୁ ଟେଷ୍ଚ କରି ରେକର୍ଡ କରିଥିବା ଆଇସିଏମଆର ଏବେ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଦେଶରେ 24 ଘଣ୍ଟାରେ 8.97 ଲକ୍ଷ ଟେଷ୍ଟ କରାଯାଇଛି।

3-ନମୁନା ପରୀକ୍ଷାରେ ଆଗୁଆ ଓଡିଶା, ଧନ୍ୟବାଦ ଜଣାଇଲେ ନବୀନ

ରାଜ୍ୟରେ କୋରୋନା ସଂକ୍ରମଣର ଦୃଢ ମୁକାବିଲା କରୁଛି ଓଡିଶା । ଗୋଟିଏ ଦିନରେ 50 ହଜାର ପରୀକ୍ଷା କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି ।

4-ଦଳେଇପୁଟରେ ପୁଣି ବୋମାମାଡ଼, ସିସିଟିଭିରେ କଏଦ ଅଭିଯୁକ୍ତର କାରନାମା

ଖୋର୍ଦ୍ଧା ଦଳେଇପୁଟରେ ପୁଣି ବୋମାମାଡ଼ । ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତର କାରନାମା । ଗତ 12 ତାରିଖରେ ଏହି ଘର ଉପରେ ହୋଇଥିଲା ବୋମାମାଡ ।

5-ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ଜୁଲାଇ 26 ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ 2 ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ସେଥିରୁ ଗୋଟିଏ ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟକୁ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯାଇଥିଲା । ଏହି ନିଷ୍ପତ୍ତି ଉପରେ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି ।

6-ବାରମୁଲ୍ଲା ଏନକାଉଣ୍ଟର: ଜଣେ ଯବାନ ଶହୀଦ, 2 ଆତଙ୍କୀ ମୃତ

ଥମୁନି ଆତଙ୍କୀଙ୍କ ହମଲା। ଗତକାଲି ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଏବଂ ପୋଲିସର ମିଳିତ ଅପରେସନରେ ମଙ୍ଗଳବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

7-ସୋପିଆନରୁ ଆତଙ୍କୀ ସଙ୍ଗଠନର ନୂଆ ସଦସ୍ୟ ଗିରଫ

ଆତଙ୍କୀ ସଙ୍ଗଠନର ଏକ ନୂଆ ସଦସ୍ୟ ଗିରଫ। ତେବେ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ନୂଆ କରି ନିଯୁକ୍ତ କରାଯାଇଥିବା ବେଳେ ମାଲଦେରା ଅଞ୍ଚଳର ସୋପିଆନ ଜିଲ୍ଲାରୁ ସୁରକ୍ଷା କର୍ମୀଙ୍କ ଦ୍ବାରା ଗିରଫ କରାଯାଇଛି।

8-ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଅଭିଯୁକ୍ତ ମୃତ, ରହସ୍ୟଘେରରେ ଅସମାହିତ ପ୍ରଶ୍ନ

ସୋମବାର ଚିକିତ୍ସାଧିନ ଅବସ୍ଥାରେ ବହୁ ଚର୍ଚ୍ଚିତ ଇତିଶ୍ରୀ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନର ମୃତ୍ୟୁ ହୋଇଛି । ଏବେ ବି ଏହି ମାମଲା ଏକ ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି ।

9-ସମ୍ବଲପୁରରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଡ୍ୟାମର ଆଉ 2ଟି ଗେଟ୍

ହୀରାକୁଦ ଡ୍ୟାମରୁ ମଙ୍ଗଳବାର ଆହୁରି 2 ଟି ଗେଟ ଖୋଲାଯାଇଛି। ସୋମବାର ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର 18 ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି।

10-କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ମହଙ୍ଗା, ଲିଟର ପିଛା 17 ପଇସା ବୃଦ୍ଧି

କ୍ରମାଗତ ତୃତୀୟ ଦିନରେ ପୁଣି ବୃଦ୍ଧି ପାଇଲା ଦେଶରେ ପେଟ୍ରୋଲ ଦର । ସପ୍ତାହର ଦ୍ୱିତୀୟ ଦିନରେ (ମଙ୍ଗଳବାର) ପେଟ୍ରୋଲ ଲିଟର ପିଛା 17 ପଇସା ମହଙ୍ଗା ହୋଇଛି । ତେବେ ଲଗାତାର 17 ଦିନ ହେଲା ଡିଜେଲ ମୂଲ୍ୟ ସ୍ଥିର ରହିଛି ।

ABOUT THE AUTHOR

...view details