ଓଡିଶା

odisha

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Jul 17, 2020, 11:02 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

1.ମିଳିତ ଜାତିସଂଘକୁ ପ୍ରଥମ ଥର ସମ୍ବୋଧିତ କରୁଛନ୍ତି ମୋଦି

75 ତମ ବାର୍ଷିକୀ ଅବସରରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି ପିଏମ ମୋଦି । ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବା ପରେ ମୋଦିଙ୍କ ଏହା ପ୍ରଥମ ଭାଷଣ..

2.କୋରନା ଆତଙ୍କ: ଦେଶରେ 10 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦିନକରେ 34,956 ଆକ୍ରାନ୍ତ ବାହାରିବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,03,832ରେ ପହଞ୍ଚିଛି..

3.ଭୁବନେଶ୍ବର ୟୁନିଟ 4 ମାର୍କେଟ ସିଲ୍

ଭୁବନେଶ୍ବର ୟୁନିଟ 4 ମାର୍କେଟକୁ ସିଲ୍ କଲା କଲା ବିଏମସି । କୋରୋନା ପଜେଟିଭ ଚିହ୍ନଟ ପରେ, ବିଏମସି ପକ୍ଷରୁ ନିଆଯାଇଛି ଏପରି ନିଷ୍ପତି..

4.ଦିଲ୍ଲୀରେ ବର୍ଷେ ପାଇଁ ତମାଖୁ ବିକ୍ରି ବ୍ୟାନ

ଆଉ ବର୍ଷକ ପାଇଁ ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ବିକ୍ରୟ, ସଂରକ୍ଷଣ ଓ ବିତରଣ ଉପରେ ପ୍ରତିବନ୍ଧକକୁ ଆଉ ଏକ ବର୍ଷ ବୃଦ୍ଧି କଲେ ଦିଲ୍ଲୀ ସରକାର..

5.ଭାରତରେ ଛାତିଥରା ’ବିଶ୍ବଯୁଦ୍ଧ’ର ଚିହ୍ନ, ମାଟିତଳୁ ମିଳିଲା ଅଫୁଟା ବୋମା ଓ ଅସ୍ତ୍ରଶସ୍ତ୍ର

ମଣିପୁରରୁ ବହୁ ଅସ୍ତ୍ରଶସ୍ତ୍ର ଠାବ ହୋଇଛି । ଯାହା ବିଶ୍ବଯୁଦ୍ଧ ସମୟର ବୋଲି ସନ୍ଦେହ କରାଯାଉଛି..

6.ବୀରମିତ୍ରପୁର ସଟଡାଉନ, ଅଖଚକ ବନ୍ଦ

ରାଉରକେଲାକୁ ଲକଡାଉନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ହେଲେ ବୀରମିତ୍ରପୁରରେ ଶୁକ୍ରବାର ସକାଳୁ ସଟ ଡାଉନ ଆରମ୍ଭ ହୋଇଯାଇଛି..

7.ଦୁଇ ଦିନିଆ ଏଲଏସି ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂଙ୍କ 2 ଦିନିଆ ଏଲଏସି ଗସ୍ତ । ସୀମା ସ୍ଥିତି ସମୀକ୍ଷା ସହ ଯବାନଙ୍କ ସହ କରିବେ ଆଲୋଚନା..

8.କୁଲଗାମ ଏନକାଉଣ୍ଟରରେ 3 ଆତଙ୍କୀ ସଫା, ଅପରେସନ ଜାରି

ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀର କୁଲଗାମର ନାଗନାନ୍ଦ- ଚିମର ଅଞ୍ଚଳରେ ଏନକାଉଣ୍ଟର। ଏଥିରେ 3 ଅଜ୍ଞାତ ଆତଙ୍କୀ ନିପାତ ହୋଇଛି..

9.ମୁମ୍ବାଇର ଭାନୁଶାଳୀ କୋଠା ଭୁଶୁଡି 6 ମୃତ

ଦକ୍ଷିଣ ମୁମ୍ବାଇ ସ୍ଥିତ 6 ମହାଲା ବିଶିଷ୍ଟ ଭାନୁଶାଳୀ କୋଠାର କିଛି ଅଂଶା ଭୁଶୁଡି ପଡିଛି । ଘଟଣାରେ 6ଜଣଙ୍କ ମୃତ୍ୟୁ..

10.ଶୁକ୍ରବାର ସୁଦ୍ଧା ଦେଶରେ ହୋଇଛି 1,30,72,718 କୋରୋନା ଟେଷ୍ଟ: ICMR

ଗୁରୁବାର ସୁଦ୍ଧା ଦେଶରେ 1,30,72,718 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିନ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି..

ABOUT THE AUTHOR

...view details