1-ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ ସର୍ବାଧିକ 2924 ପଜିଟିଭ ଚିହ୍ନଟ
ରେକର୍ଡ ଭାଙ୍ଗିଲା କୋରୋନା । ଗୋଟିଏ ଦିନରେ ସର୍ବାଧିକ 2924 ପଜିଟିଭ ଚିହ୍ନଟ । ସଂକ୍ରମଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଅଧିକ ପଢନ୍ତୁ....
2.ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି
ରାଜ୍ୟରେ ପୁଣି କୋରୋନା ନେଲା 10 ଜୀବନ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ପାଇଛି ।
3.କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 63,489 ପଜିଟିଭ, 944 ମୃତ
ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ମାମଲା । ସେପଟେ ଏହାକୁ ନଜରରେ ରଖି ଆଇସିଏମଆର ପକ୍ଷରୁ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ଟେଷ୍ଟ ।
4-କୋରୋନା ସୁସ୍ଥ ହାର 71.61% କୁ ବୃଦ୍ଧି, ଦିନକରେ ସର୍ବାଧିକ ୫୭,୩୮୧ ସୁସ୍ଥ
ଦେଶରେ ଗତ 24 ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପୁନରୁଦ୍ଧାର ପଞ୍ଜିକୃତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ 18 ଲକ୍ଷ 8 ହଜାର 936 ଲୋକ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର 71.61% କୁ ବୃଦ୍ଧି ପାଇଛି ।
5-ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ,‘ସଦୈଭ ଅଟଳ’ରେ ଦିଆଗଲା ଶ୍ରଦ୍ଧା ସୁମନ
ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ରବିବାର(ଆଜି) ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ। 2018 ଅଗଷ୍ଟ 16ରେ ଲିଭି ଯାଇଥିଲା ଏହି ମହାନ ପୁରୁଷଙ୍କ ଜୀବନ ଦୀପ । ‘ସଦୈଭ ଅଟଳ’ରେ ପହଞ୍ଚି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ।