ଓଡିଶା

odisha

ETV Bharat / bharat

TOP NEWS@1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 24, 2020, 1:04 PM IST

1. ଢେଙ୍କାନାଳର ରେଞ୍ଜ ଅଫିସ ଷ୍ଟୋରରୁମରେ ବିସ୍ଫୋରଣ, ଜଣେ ଗୁରୁତର

ପୁରୁଣା ସଦର ରେଞ୍ଜ ଅଫିସ ଷ୍ଟୋର ରୁମରେ ବାଣ ବିସ୍ଫୋରଣ । ଜଣେ ଗୁରୁତର ।

2. ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, 10 ଗୁରୁତର

ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ । ଏଥିରେ 10ରୁ ଅଧିକ ପ୍ରବାସୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

3. କୋରୋନା ଲଢେଇ : ଜାତିସଂଘରେ ସମ୍ମାନିତ ହେଲା କେରଳ

ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଜନସେବା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାମାରୀ କୋରୋନା ଭାଇରସ ବିରୋଧରେ ଲଢିଥିବାରୁ କେରଳକୁ ସମ୍ମାନିତ କରାଯାଇଥିଲା ।

4. ଭାରତ-ଚୀନ ତିକ୍ତତା: ଭର୍ଚୁଆଲରେ ହେବ ଉଭୟ ପକ୍ଷର ଯୁଗ୍ମ ସଚିବସ୍ତରୀୟ ବୈଠକ

ଭାରତ ଓ ଚୀନ ବିବାଦ ନେଇ ବୁଧବାର ବସିବ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଭର୍ଚୁଆଲରେ ଏହି ବୈଠକର ଆୟୋଜନ କରାଯିବ। ଉଭୟ ଦେଶ ପକ୍ଷରୁ ଯୁଗ୍ମ ସଚିବଙ୍କ ଉପସ୍ଥିତିରେ ଏହି ଆଲୋଚନା କରାଯିବ।

5. ଜୁନ 26ରେ 1 କୋଟି ଲୋକଙ୍କୁ ନିଯକ୍ତି ଦେବେ ଉତ୍ତରପ୍ରଦେଶ ସରକାର

କୋରୋନା ଲକଡାଉନ ପାଇଁ ଏବେ ଦେଶରେ ବେକାରୀ ଓ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଜୁନ 26 ତାରିଖରେ ଉତ୍ତର ପ୍ରଦେଶର ସରକାର ଏକକାଳୀନ 1 କୋଟି ଲୋକଙ୍କୁ ନିଯୁକ୍ତ କରିବେ । ଅଧିକ ପଢନ୍ତୁ...

6. ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ 282ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 5752କୁ ବୃଦ୍ଧି ପାଇଛି । ସେପଟେ ଗଞ୍ଜାମରେ ଆଉ 75ଟି ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏକ ହଜାର ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

7. ଦେଶରେ ଗୋଟିଏ ଦିନରେ 465 ମୃତ, ସଂଖ୍ୟା 14,476କୁ ବୃଦ୍ଧି

ଦେଶର ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ ସର୍ବାଧିକ 465 ମୃତ । ମୋଟ ମୃତ୍ୟୁ ସଂଖ୍ୟା 14,476କୁ ବୃଦ୍ଧି ।

8. କୋରୋନା ପଜେଟିଭ୍‌ ଥିବା ଟିଏମସି ବିଧାୟକଙ୍କ ଦେହାନ୍ତ

ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ ଦେହାନ୍ତ । ସେ କୋରୋନା ପଜେଟିଭ୍‌ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଥିଲା ।

9. ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବୀଜେ ନୀତି

ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପ ବୀଜେ ନୀତି । ଅଧିକ ପଢନ୍ତୁ...

10. ମଣିପୁର ରାଜନୈତିକ ସଙ୍କଟ; ବିଜେପି-ଏନପିପି ମଧ୍ୟରେ ଆଲୋଚନା

ମଣିପୁରରେ ଦେଖାଦେଇଥିବା ରାଜନୈତିକ ସଙ୍କଟକୁ ପୁଣି ଟ୍ରାକକୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ବିଜେପି ନେତୃତ୍ବାଧୀନ ସରକାରରେ ଦେଖାଦେଇଥିବା ଅସ୍ଥିରତାକୁ ସମାଧାନ କରିବା ଲାଗି ବିଜେପି-ଏନପିପି ମଧ୍ୟରେ ଆଲୋଚନା କରାଯାଉଛି ।

ABOUT THE AUTHOR

...view details