ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS 3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 12, 2020, 3:03 PM IST

1. 2 ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

2 ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ବର ସଦର ପାଇଁ ସ୍ୱରୂପ କୁମାର ଦାସ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ଟିକେଟ ଦେଇଛି ଦଳ ।

2.ନାମାଙ୍କନ ଦାଖଲ କଲେ ତିର୍ତ୍ତୋଲର ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନାମାଙ୍କନପତ୍ର ଦାଖଲ କରିଛନ୍ତି । ସୋମବାର ମଧ୍ୟାହ୍ନରେ ନିଜ ସମର୍ଥକମାନଙ୍କ ସହ ଆସି ରିଟର୍ଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

3.ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି, ତଥ୍ୟ ସହିତ କୋଭିଡ ନିୟମ ଉଲ୍ଲଙ୍ଘନର ଦେଲେ ପ୍ରମାଣ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା । ତଥ୍ୟ ସହିତ କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ଦେଲେ ପ୍ରମାଣ ।

4.ମିଠା ବ୍ୟବସାୟୀ ମର୍ଡର ଘଟଣା: ସୁପାରି କିଲର ଖୁଲାସା କଲେ କମିଶନରେଟ ପୋଲିସ

ଭୁବନେଶ୍ବର: ଅକ୍ଟୋବର ୪ ସାମନ୍ତରାପୁର ଛକରେ ମିଠା ଦୋକାନି ସମ୍ଭୁ ସାହୁଙ୍କ ହତ୍ୟା ମାମଲାର ସୁପାରି କିଲର ଗିରଫ। ଶ୍ରିତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତିକୁ ଗିରଫ ପରେ ହତ୍ୟାକାଣ୍ଡ ପାଇଁ ନିଆ ଯାଇଥିବା ସୁପାରି କିଲିଂର ଖୁଲାସା କରିଛନ୍ତି କମିଶନରେଟ ପୋଲିସ ।

5.ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି, ଧାରଣାରେ ମହନ୍ତ ପରମହଂସ

ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି । ଧାରଣାରେ ମହନ୍ତ ପରମହଂସ ଦାସ । ଦାବି ପୂରଣ ନ ହେଲା ଯାଏଁ ଅନଶନ ରହିବ ଜାରି ।

6.ଦେଶର ପ୍ରଥମ, କେରଳର ସମସ୍ତ ସ୍କୁଲ ଡିଜିଟାଲାଇଜେସନ

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଆନୁଷ୍ଠାନିକ ଭାବେ କେରଳକୁ ସର୍ବଶିକ୍ଷା କ୍ଷେତ୍ରର ପ୍ରଥମ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

7.ରାଜମାତା ସିନ୍ଧିଆଙ୍କୁ ମନେ ପକାଇଲେ ମୋଦି, ଉନ୍ମୋଚନ କଲେ 100 ଟଙ୍କିଆ ମୁଦ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ବୀରତ୍ବକୁ ମନେ ପକାଇଛନ୍ତି । ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ମରଣ କରିଛନ୍ତି ।

8.BRO ଦ୍ୱାରା ନିର୍ମିତ 44 ସେତୁର ଉଦଘାଟନ କଲେ ରାଜନାଥ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୀମା ସଡକ ସଂଗଠନ (BRO) ଦ୍ବାରା ନିର୍ମିତ 44 ଟି ସେତୁକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

9.ପୁଣି ରାଗିଲେ କୁଇନ, ସଞ୍ଜୟ ରାଉତଙ୍କ ଫଟୋରେ କହିଲେ ଏମିତି କିଛି...

କଙ୍ଗନା କେବେ ଚୁପ ବସିବା ଝିଅ ନୁହେଁ । ଗତ ମାସରେ ବିଏମସି ଦ୍ବାରା ଭଙ୍ଗାଯାଇଥିବା ନିଜ ଘରକୁ ନେଇ ପୁଣି ବର୍ଷିଲେ ସେ ।

10.ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛୁ: ଏମଆଇ ଅଧିନାୟକ ରୋହିତ ଶର୍ମା

ଲିଗ୍‌ର 27ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 5 ଓ୍ବିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ପରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଦଳର ପ୍ରଦର୍ଶନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।

For All Latest Updates

TAGGED:

TOP NEWS 3PM

ABOUT THE AUTHOR

...view details