ଓଡିଶା

odisha

ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jul 31, 2020, 3:12 PM IST

1. ପୁଣି 8 ଜୀବନ ନେଲା କୋରୋନା; ମୃତ୍ୟୁ ସଂଖ୍ୟା 177କୁ ବୃଦ୍ଧି

ରାଜ୍ୟରେ ଦିନକୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ସଂକ୍ରମିତ। ଆଜି ପୁଣି 8 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

2. କୋରୋନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ରାଜ୍ୟର କୋରୋନା ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ଏକ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

3. ତିନିମାସ ହେଲା ବିଦ୍ୟୁତସେବା ଠପ, ଅନ୍ଧାରରେ 45 ବିପିଏଲ ପରିବାର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢ଼ାପାଳ ପଂଚାୟତର ଗମ୍ଭାରିପାଳ ଗାଁରେ ବସବାସ କରି ଆସୁଛନ୍ତି 45 ଟି ବିପିଏଲ ପରିବାର ।

4. ଆଜି 29 ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ

ଆଜି(ଶୁକ୍ରବାର) ସର୍ବାଧିକ 29 ଟି ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

5.ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା, ପଢନ୍ତୁ କେଉଁଠି ?

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସଡ଼କ ପଥ ବସ ରେ ବାଳିକା ଓ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛନ୍ତି।

6. ରାଜସ୍ଥାନ ରାଜନୈତିକ ସଙ୍କଟ, ଆଜି ସଞ୍ଜୟ ଜୈନଙ୍କ ଭଏସ୍ ନମୁନା ସଂଗ୍ରହ କରିବ ଏସଓଜି

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଡିଓ କ୍ଲିପ୍ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କ ଭଏସ୍ ନମୁନା ଶୁକ୍ରବାର ସଂଗ୍ରହ କରିବ ଏସଓଜି..

7. କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ପଞ୍ଜାବ ସରକାର

ପଞ୍ଜାବ ସରକାରଙ୍କ ବେସରକାରୀ ମେଡିକାଲରେ ପ୍ଲାଜମା ବିକ୍ରୟ ନିଷ୍ପତ୍ତିକୁ ଆମ ଆଦମୀ ପାର୍ଟି ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ବୋଲି ଘୋଷଣା କରିଛନ୍ତି ।

8.ଗାଡି ଚଳାଇବା ବେଳେ ଫୋନ ବ୍ୟବହାର କଲେ ଗଣିବେ 10 ହଜାର ଟଙ୍କା ଜୋରିମାନା

ୟୁପି ସରକାରଙ୍କ କଡା ନିଷ୍ପତ୍ତି । ଏଣିକି ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର କଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ ।

9. ବିଦ୍ୟା ପିନ୍ଧିଲେ ସମ୍ବଲପୁରୀ ଶାଢ଼ୀ, ଦେଖନ୍ତୁ କଣ କହୁଛନ୍ତି ଡିଜାଇନର...

ଶକୁନ୍ତଳା ଦେବୀ ଫିଲ୍ମର ପ୍ରମୋସନ ପାଇଁ ଗଣିତ ଡିଜାଇନର ସମ୍ବଲପୁରୀ ଶାଢ଼ୀ ପିନ୍ଧିଲେ ବିଦ୍ୟା ବଲାନ । କାରିଗରଙ୍କୁ କଲେ ପ୍ରଶଂସା । ଦେଖନ୍ତୁ ସେହି ଶାଢ଼ୀ ଡିଜାଇନରଙ୍କ ସହ ସ୍ବତନ୍ତ ସାକ୍ଷାତକାର ।

10. କୋରୋନା ପ୍ରଭାବ ନେଇ ଚିନ୍ତିତ ଟୋକିଓ ଅଲମ୍ପିକ ସ୍ବେଚ୍ଛାସେବୀ

2020 ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଉପରେ କୋଭିଡ-19ର ପ୍ରଭାବ ନେଇ ଚିନ୍ତିତ 60 ପ୍ରତିଶତ ଅଲମ୍ପିକ ସ୍ବେଚ୍ଛାସେବୀ ।

ABOUT THE AUTHOR

...view details