ନୂଆଦିଲ୍ଲୀ: ଆତ୍ମସମର୍ପଣ କରିପାରନ୍ତି ସି.ପି.ଆଇ ପୂର୍ବତନ ସାଧାରଣ ସମ୍ପାଦକ ତଥା ଟପ ମାଓ ନେତା ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ୍ ଗଣପତି । ଏନେଇ ତେଲେଙ୍ଗାନା ଗୁଇନ୍ଦା ସଂସ୍ଥା ନିକଟକୁ ସୂଚନା ମିଳିଛି । ମାଓବାଦୀ କେନ୍ଦ୍ରୀୟ କମିଟିରେ ଏହା ଏକ ଚର୍ଚ୍ଚିତ ପଦକ୍ଷେପ ଏବଂ ଗଣପତିଙ୍କ ଏହା ସ୍ବେଚ୍ଛାକୃତ ନିଷ୍ପତ୍ତି ବୋଲି ସୂତ୍ରରୁ ପ୍ରକାଶ।
ଆତ୍ମସମର୍ପଣ କରିବେ ମାଓନେତା ଗଣପତି ! - ସି.ପି.ଆଇ. ପୂର୍ବତନ ସାଧାରଣ ସମ୍ପାଦକ ତଥା ଟପ ମାଓ ନେତା
ଆତ୍ମସମର୍ପଣ କରିପାରନ୍ତି ସି.ପି.ଆଇର ପୂର୍ବତନ ସାଧାରଣ ସମ୍ପାଦକ ତଥା ଟପ ମାଓ ନେତା ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ୍ ଗଣପତି । ଏନେଇ ତେଲେଙ୍ଗାନା ଗୁଇନ୍ଦା ସଂସ୍ଥା ନିକଟକୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆତ୍ମସମର୍ପଣ କରିବେ ମାଓନେତା ଗଣପତି
ତେବେ ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,ଏଥିରେ କୌଣସି ନିଶ୍ଚିତତା ନାହିଁ ଏବଂ ଆତ୍ମସମର୍ପଣ ପାଇଁ ବୁଝାମଣା କରିବାର କୌଣସି କାରଣ ନାହିଁ । କାରଣ ସେ ଜଣେ ପ୍ରତିବଦ୍ଧ ନେତା ଏବଂ ଅସୁସ୍ଥତା ଏହାର ଏକମାତ୍ର କାରଣ ହୋଇନପାରେ । 73 ବର୍ଷିୟ ଗଣପତି, ତାଙ୍କ ସାନ ସହକର୍ମୀ ନାମ୍ବାଲା କେଶଭ ରାଓଙ୍କ ପାଇଁ ନଭେମ୍ବର 2018 ରେ ଦଳର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ବି.ଏସ୍.ସି ଓ ବି.ଇଡି ପରେ ଗଣପତି ମାଓ ସଂଗଠନରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନରେ ଯୋଗଦେବା ପୂର୍ବରୁ ସେ ଜଣେ ଶିକ୍ଷକ ଥିଲେ।