ଓଡିଶା

odisha

ETV Bharat / bharat

ସୋମବାର ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ

ଡିସେମ୍ବର 7ରେ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ:

PM will inaugurate
ଆଗ୍ରା ମେଟ୍ରୋ ପ୍ରକଳ୍ପ

By

Published : Dec 6, 2020, 10:31 PM IST

Updated : Dec 6, 2020, 10:44 PM IST

ଆଗ୍ରା: ଆସନ୍ତାକାଲି(ସୋମବାର) ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟାହ୍ନ 11.30 ସମୟରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟନ କରିଯିବ।

ଏହି ସମୟରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିମାନେ ଯୋଗଦେବେ । ଆଗ୍ରାର 15 ବାଟାଲିୟନ ପିଏସି ପରେଡ ପଡିଆରେ ଏହି ସମାରୋହ ଅନୁଷ୍ଠିତ ହେବ ।

ଆଗ୍ରା ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ...

ଆଗ୍ରା ମେଟ୍ରୋ ପ୍ରକଳ୍ପର ଦୈର୍ଘ୍ୟ 29.4 କିଲୋମିଟର ହୋଇଥିବା ବେଳେ ଏଥିରେ ଦୁଇଟି କରିଡର ରହିଛି । ଏହା ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦର ସହ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ସଂଯୋଗ କରୁଛି । ଏହି ପ୍ରକଳ୍ପ ଯୋଗୁଁ ଆଗ୍ରା ମହାନଗରୀର 26 ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ଆଗ୍ରାକୁ ଆସୁଥିବା 60 ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ ।

ଏହା ଏକ ପରିବେଶ ଅନୁକୂଳ ମାସ୍ ରାପିଡ଼ ଟ୍ରାଞ୍ଜିଟ ସିଷ୍ଟମ (ସର୍ବସାଧାରଣ ଦ୍ରୁତ ପରିବହନ ବ୍ୟବସ୍ଥା) ପ୍ରଦାନ କରିବ। 5 ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ 8,379.62 କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।

ପୂର୍ବରୁ ଗତବର୍ଷ ମାର୍ଚ୍ଚ 8ରେ ପ୍ରଧାନମନ୍ତ୍ରୀ ମୋଦି ଆଗ୍ରା ମେଟ୍ରୋ ପ୍ରକଳ୍ପ ସହ ଲକ୍ଷ୍ନୌ ମେଟ୍ରୋର 23 କିଲୋମିଟର ଉତ୍ତର-ଦକ୍ଷିଣ କରିଡର, ସିସିଏସ ବିମାନ ବନ୍ଦରରୁ ମୁନସିପୁଲିଆ ପର୍ଯ୍ୟନ୍ତ ବାଣିଜ୍ୟିକ କାରବାର ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ ।

Last Updated : Dec 6, 2020, 10:44 PM IST

ABOUT THE AUTHOR

...view details