ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ସମାଧାନ ସୂତ୍ର ପାଇଁ ମୋହନ ଭାଗବତଙ୍କ ପାଖକୁ ଯିବେ ଗଡକରୀ - ନାଗପୁରରେ ମୋହନ ଭାଗବତ୍‌ଙ୍କୁ ଭେଟିବେ ନୀତିନ ଗଡକରୀ

ଗୁରୁବାର କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ। ଏହି ସାକ୍ଷାତକାର ଉପରେ ସମସ୍ତଙ୍କ ନଜର ରହିଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Nov 6, 2019, 10:13 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିବା ପାଇଁ ଅନେକ ବିବାଦ, ତର୍କବିତର୍କ, ଆଲୋଚନା, ସାକ୍ଷାତକାର ଜାରି ରହିଛି । ଏପରିସ୍ଥଳେ ବିଜେପି-ଶିବସେନା ମଧ୍ୟରେ ଜାରି ରହିଥିବା ବଳିଷ୍ଠ କଳହର ସମାଧାନ ପାଇଁ ବିଜେପିର ବରିଷ୍ଠ କସରତ କରୁଛନ୍ତି। ଏନେଇ ଗୁରୁବାର କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ। ଏହି ସାକ୍ଷାତକାର ଉପରେ ସମସ୍ତଙ୍କ ନଜର ରହିଛି। ମୋହନଙ୍କ ସହ ସାକ୍ଷାତକାର କରି ମହାରାଷ୍ଟ୍ର ସରକାର ଗଠନ ଉପରେ ବିଶଦ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆରଏସଏସ୍‌ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଥିଲେ । ଏହି ସାକ୍ଷାତକାର ବିଭିନ୍ନ ଦୃଷ୍ଟିକୋଣରୁ ମହାରାଷ୍ଟ୍ର ସରକାର ଗଠନ ପାଇଁ ଗୁରୁତ୍ବପୂର୍ଣ୍ଣ । ନଭେମ୍ବର 9 ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପୂର୍ବରୁ ସରକାର ଗଠନ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ସମ୍ଭାବନା ରହିିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଶିବସେନା ନେତା କିଶୋର ତିୱାରୀ ମୋହନ ଭାଗବତଙ୍କୁ ଏକ ଚିଠି ଲେଖିଥିଲେ । ଯାହା ଚର୍ଚ୍ଚାର ଜୋର ହୋଇଥିଲା। ସେ ଚିଠିରେ ମୋହନ ଭାଗବତଙ୍କୁ ମହାରାଷ୍ଟ୍ରରେ ସିଏମ୍‌ ସିଟ୍‌କୁ ନେଇ ଜାରି ରହିଥିବା ବିବାଦ ବାବଦରେ ହସ୍ତକ୍ଷେପ କରିବା ପାଇଁ କହିଥିଲେ। ଏହାସହ ସେ ଚିଠିରେ ନୀତିନ ଗଡକରୀ ଏହି ସମସ୍ୟାର ସମାଧାନ କରିବା ପାଇଁ ଉଲ୍ଲେଖ କରିଥିଲେ । ଏହାମଧ୍ୟ କହିଥିଲେ ଯେ, ନୀତିନ ଗଡକରୀ ଏହି ବିବାଦକୁ ମାତ୍ର ଦୁଇ ଘଣ୍ଟାରେ ସମାଧାନ କରିପାରିବେ।

ABOUT THE AUTHOR

...view details