ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ 7ଟା ବେଳେ ନୂଆଦିଲ୍ଲୀ ଲୋକମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ଆଜି ମୋଦିଙ୍କ ଲକଡାଉନ ଅବଧି ବୃଦ୍ଧି ଘୋଷଣା ପରେ ସରକାରଙ୍କ ପକ୍ଷରୁ ଏପରି କେନ୍ଦ୍ର କ୍ୟାବିନେଟ ବୈଠକ ନେଇ ସୂଚନା ଦିଆଯାଇଛି। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହିତ କୋରୋନା ମୁକାବିଲାରେ ଭାରତରେ କିପରି ସର୍ବନିମ୍ନ କ୍ଷତି ଘଟିବ ତାହା ଚର୍ଚ୍ଚାର ବିଷୟ ବସ୍ତୁ ରହିବ।
ଆସନ୍ତାକାଲି କ୍ୟାବିନେଟ ବୈଠକ, ଫୋକସରେ ନୂଆ ଗାଇଡ୍ ଲାଇନ୍
ଆସନ୍ତାକାଲି ସକାଳ 7 ସମୟରେ ନୂଆଦିଲ୍ଲୀ ଲୋକ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭାବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ।
ଆସନ୍ତାକାଲି କ୍ୟାବିନେଟ ବୈଠକ, ଫୋକସରେ ନୂଆ ଗାଇଡ୍ ଲାଇନ୍
ଆସନ୍ତାକାଲିର ବୈଠକ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କି ମୋଦି ଆଜି ସମ୍ବୋଧନ ସମୟରେ ସୂଚନା ଦେଇଛନ୍ତି କି ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ ନେଇ ବିସ୍ତୃତ ଗାଇଡଲାଇନ ବୁଧବାର ଜାରିହେବ। ଏହାସହ କେଉଁ କ୍ଷେତ୍ରର କର୍ମକର୍ତ୍ତା କିପରି ସାମାଜିକ ଦୁରତ୍ବ ରକ୍ଷା କରି କାର୍ଯ୍ୟ କରିବେ, କିପରି ଚାଷ କାର୍ଯ୍ୟ ସୁରୁଖୁରୁରେ ହେବ, ଲୋକଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ନହେବ ସେନେଇ ନୂଆ ଗାଇଡ୍ ଲାଇନ ପ୍ରସ୍ତୁତ ହେବ।