ଓଡିଶା

odisha

ETV Bharat / bharat

ବୁଧବାର ସନ୍ଧ୍ୟାରେ ସରିବ ଅଯୋଧ୍ୟା ମାମଲାର ଶୁଣାଣି - ଅଯୋଧ୍ୟା ମାମଲା ଶୁଣାଣି

ରାମ ଜନ୍ମଭୂମି-ବାବ୍ରି ମସଜିଦ ଭୂମି ବିବାଦ ମାମଲାର ଶୁଣାଣି ଅକ୍ଟୋବର 16 ତାରିଖ ବୁଧବାର ସନ୍ଧ୍ୟା ସୁଦ୍ଧା ସାରିବା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ।

ସନ୍ଧ୍ୟା 5ଟା ସୁଦ୍ଧା ଅଯୋଧ୍ୟା ମାମଲା ଶୁଣାଣି ଶେଷ

By

Published : Oct 16, 2019, 2:11 PM IST

Updated : Oct 16, 2019, 2:18 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଲଗାତାର ଭାବେ 40 ଦିନ ଧରି ଅଯୋଧ୍ୟା ମାମଲାର ଶୁଣାଣି ଚାଲିଛି । ତେବେ ରାମଜନ୍ମ ଭୂମି-ବାବରୀ ମସଜିଦ ଭୂମି ବିବାଦ ମାମଲାର ଶୁଣାଣିକୁ ଅକ୍ଟୋବର 16 ତାରିଖ ବୁଧବାର ସନ୍ଧ୍ୟା ସୁଦ୍ଧା ସାରିବା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି ଯେ, ଅଯୋଧ୍ୟା ମାମଲାର ଶୁଣାଣି ବୁଧବାର ସନ୍ଧ୍ୟା 5ଟା ସୁଦ୍ଧା ଶେଷ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦୀର୍ଘ 40 ଦିନ ଧରି ଏହାର ଶୁଣାଣି କରୁଛନ୍ତି ।

ମଙ୍ଗଳବାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି ଯେ, ବର୍ତ୍ତମାନ ଏହି ମାମଲା ଶୁଣାଣିକୁ ଯେତେଶୀଘ୍ର ହେବ ସେତେ ଶୀଘ୍ର ସାରିବାକୁ ଆମେ ଚେଷ୍ଟା କରିବୁ । ବିଗତ 70 ବର୍ଷ ଧରି ଏହା ବିବାଦ ଘେରରେ ରହିଛି । ଏହି ମାମଲାରେ ଦୁଇ ପକ୍ଷଙ୍କୁ ସେମାନଙ୍କର ଯୁକ୍ତି ରଖିବାକୁ ଜଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ଅକ୍ଟୋବର 18 ସୁଦ୍ଧା ନିଜର ଯୁକ୍ତି ଉପସ୍ଥାପନ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ଗତ ମଙ୍ଗଳବାର ଜଷ୍ଟିସ ଗୋଗେଇ କହିଛନ୍ତି ଯେ, ଗୁରୁବାର ପରିବର୍ତ୍ତେ ବୁଧବାର ଏହାର ଶୁଣାଣିକୁ ସାରିବା ପାଇଁ ଚେଷ୍ଟା କରାଯିବ ।


ଅନ୍ୟପଟେ ଏ ମାମଲାର ଶୁଣାଣି ସମୟରେ ମଙ୍ଗଳବାର ସୁପ୍ରିମକୋର୍ଟରେ ହିନ୍ଦୁଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ ଯୁକ୍ତି ରଖିଥିଲେ ଯେ, ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଉପରେ ମସଜିଦ ନିର୍ମାଣ କରି ମୋଗଲ ଶାସକ ବାବର ଦ୍ବାରା କରାଯାଇଥିବା ଐତିହାସିକ ଭୁଲକୁ ଏବେ ସୁଧାରିବାର ଆବଶ୍ୟକତା ରହିଛି। ଅଯୋଧ୍ୟାରେ ବହୁତ ମସଜିଦ୍‌ ରହିଛି ଯେଉଁଠାରେ ମୁସଲମାନ ପ୍ରାର୍ଥନା ଓ ଉପାସନା କରିପାରିବେ । ଭଗବାନ ରାମଙ୍କ ଜନ୍ମସ୍ଥାନ ବଦଳାଇ ପାରିବେନି ।

Last Updated : Oct 16, 2019, 2:18 PM IST

ABOUT THE AUTHOR

...view details