ହାଇଦ୍ରାବାଦ: ଆଜି(ମଙ୍ଗଳବାର) ବିଶ୍ବ ଆସ୍ଥମା ଦିବସ । ଆସ୍ଥମା ହେଉଛି ଏକ ଶ୍ବାସଜନିତ ରୋଗ । ମେ'ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ବ ଆସ୍ଥମା ଦିବସ ଭାବେ ପାଳନ କରାଯାଏ । ଏହି ଦିବସକୁ ପ୍ରଥମେ ବାର୍ଷିକ ଉତ୍ସବ ଭାବେ ଗ୍ଲୋବାଲ ଇନିସିଏଟିଭ ଫର ଆସ୍ଥମା(GINA) ପକ୍ଷରୁ ପାଳନ କରାଯାଇ ଆସୁଛି । ବିଶ୍ବରେ ଆସ୍ଥମା ନେଇ ସଚେତନତା କରିବା ଲକ୍ଷ୍ୟରେ ଏହି ଦିବସକୁ ପାଳନ କରାଯାଉଛି ।
ବିଶ୍ବ ପାଳୁଛି ଆସ୍ଥମା ଦିବସ - world asthma day
ମେ' ପ୍ରଥମ ମଙ୍ଗଳବାରକୁ ବିଶ୍ବ ଆସ୍ଥମା ଦିବସ ଭାବେ ପାଳନ କରାଯାଏ । ଏହି ଦିନକୁ ବିଶ୍ବରେ ଥିବା ଆସ୍ଥମା ଆକ୍ରାନ୍ତଙ୍କ ପାଇଁ ସଚେତନତା, ଯତ୍ନ ନେବା, ସହଯୋଗ କରିବା ଲକ୍ଷ୍ୟରେ ପାଳନ କରାଯାଏ ।
ବିଶ୍ବ ଆସ୍ଥମା ଦିବସ
ଆସ୍ଥମା ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥିବାରୁ ସେମାନଙ୍କୁ ସଂକ୍ରମଣର ଅଧିକ ବିପଦ ରହିଥାଏ । ସେଥିପାଇଁ ଆସ୍ଥମା ରୋଗୀଙ୍କୁ ଟିକେ ଅଧିକ ସତର୍କ ଓ ସଚେତନ ରହିବା ଜରୁରୀ ।
ବିଶ୍ବରେ କୋଟି କୋଟି ଲୋକେ ଏହି ରୋଗରେ ଆକ୍ରାନ୍ତ । ଏହାସହ ସାରା ବିଶ୍ବରେ ଥିବା ଆସ୍ଥମା ଆକ୍ରାନ୍ତଙ୍କ ପାଇଁ ସଚେତନତା, ଯତ୍ନ ନେବା, ସହଯୋଗ କରିବା । ଏହି ଦିବସକୁ 1998 ମସିହାରୁ ପାଳନ କରାଯାଇ ଆସୁଅଛି ।