ଆଗ୍ରା: କୋରୋନା ସଂକ୍ରମଣର 188 ଦିନ ପରେ ବି ଆଗ୍ରାର ନମାଜପୀଠ ଖୋଲିବନି । ଏବେ ବି ନମାଜ ପଢିବାକୁ ଅନୁମତି ମିଳିବ ନାହିଁ । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତି ନିଆଯାଇଛି ।
ତାଲାବନ୍ଦର 188 ଦିନ ପରେ 21 ସେପ୍ଟେମ୍ବରରେ ତାଜମହଲ ଓ ଆଗ୍ରା କିଲ୍ଲା ଖୋଲିଛି ହେଲେ ନମାଜ ପାଠ କରିବାକୁ ମୁସଲିମ ସମ୍ପ୍ରଦାୟଙ୍କୁ ଅନୁମତି ମିଳିନାହିଁ । ଆଗ୍ରାରେ କୋରୋନା ସ୍ଥିତି ସଂଙ୍ଗୀନ ରହିଛି । ପ୍ରତିଦିନ 100ରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଣୁ ମସଜିଦରେ ପ୍ରତି ଶୁକ୍ରବାର ହେବାକୁ ଥିବା ନମାଜପାଠକୁ ବନ୍ଦ କରାଯାଇଛି । ସାପ୍ତାହିକ ବନ୍ଦରେ 2ଘଣ୍ଟା ତାଜମହଲ ଖୋଲା ରହୁଛି ।