ନୂଆଦିଲ୍ଲୀ: ଆଜି ହେଉଛି ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ତାଙ୍କ ଝିଅ ବାଂଶୁରୀ ସ୍ୱରାଜ ତାଙ୍କୁ ମନେ ପକାଇଛନ୍ତି। ଫଟୋ ସେୟାର କରି ମା'ଙ୍କୁ ମନେ ପକାଇବା ସହ ଭଗବାନଙ୍କୁ ତାଙ୍କର ଯତ୍ନ ନେବାକୁ କହିଛନ୍ତି ।
ବାଂଶୁରୀ ଦୁର୍ଗାଙ୍କ ମନ୍ତ୍ର ଟ୍ୱିଟ କରିଛନ୍ତି ଏହା ସହ ସେ ଲେଖିଛନ୍ତି, 'ମା' ତୁମେ ସବୁବେଳେ ଶକ୍ତି ଭାବରେ ମୋ ସହିତ ଅଛ। ହେ କୃଷ୍ଣ ମୋ ମା'ଙ୍କର ଯତ୍ନ ନିଅନ୍ତୁ'।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ସୁଷମା ବୈଦେଶିକ ମନ୍ତ୍ରୀ ଥିଲେ। 2019 ଲୋକସଭା ନିର୍ବାଚନରେ ସେ ଅସୁସ୍ଥତା କାରଣରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ। ବୈଦେଶିକ ମନ୍ତ୍ରୀ ଭାବରେ ସୁଷମାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ତାଙ୍କ କାର୍ଯ୍ୟକୁ ଭୂରିଭୂରି ପ୍ରଶଂସା କରାଯାଇଥିଲା। ସେ ଜଣେ ଭେଟେରାନ ବିଜେପି ନେତ୍ରୀ ଥିଲେ। ସୁଷମା ମଧ୍ୟ ଦିଲ୍ଲୀର ସିଏମ ରହିଥିଲେ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ, ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଯୋଗ ଦେଇଥିଲେ।