ଜୟପୁର: ଦେଶର ଆର୍ଥିକ ଅବସ୍ଥା ଓ ବେକାରୀଙ୍କ ସମସ୍ୟାକୁ ନେଇ ମଙ୍ଗଳବାର ରାଜସ୍ଥାନରେ କ୍ଷମତାସୀନ ଶାସକ କଂଗ୍ରେସ ପକ୍ଷରୁ ଆୟୋଜିତ ହେଉଛି ଯୁବ ଆକ୍ରୋଶ ରାଲି । ଏଥିରେ ଯୋଗ ଦେବାକୁ ରାଜଧାନୀ ଜୟପୁର ଆସୁଛନ୍ତି ୱାୟେନାଡ ସାଂସଦ ରାହୁଲ ଗାନ୍ଧୀ ।
ଯୁବ ଆକ୍ରୋଶ ରାଲିରେ ଯୋଗଦେବେ ରାହୁଲ ଗାନ୍ଧୀ - ଜାତୀୟ ରେଜିଷ୍ଟାର ପଞ୍ଜିକା
ଦେଶର ଆର୍ଥିକ ଅବସ୍ଥା ଓ ବେକାରୀଙ୍କ ସମସ୍ୟା ନେଇ ମଙ୍ଗଳବାର ରାଜସ୍ଥାନରେ ଶାସକ କଂଗ୍ରେସ ପକ୍ଷରୁ ଆୟୋଜିତ ଯୁବ ଆକ୍ରୋଶ ରାଲିରେ ଯୋଗ ଦେବେ ୱାୟେନାଡ ସାଂସଦ ରାହୁଲ ଗାନ୍ଧୀ । ଏହି ସଭା ମାଧ୍ୟମରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଘେରିବା ଯୋଜନାରେ ରହିଛି ବିରୋଧି କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ରାଜସ୍ଥାନ ଗସ୍ତକୁ ନେଇ ରାଜଧାନୀ ଜୟପୁରର ସଭାସ୍ଥଳକୁ ପ୍ରସ୍ତୁତ କରାଯାଉଛି। ଅଧିକ ପଢନ୍ତୁ...
ଏହି ରାଲି ସ୍ଥଳ ପରିଦର୍ଶନରେ ଯାଇଥିବା ସମୟରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି, ‘ମୁଖ୍ୟତଃ ଆର୍ଥିକ ସଂକଟ, ବେକାରୀ ସମସ୍ୟା, ଜିଡିପି ଓ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରାଯିବ । ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାର ଏହି ସମସ୍ୟା ଉପରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଚେଷ୍ଟା କରୁଛନ୍ତି । ’ ରାହୁଲ ଗାନ୍ଧୀ ଆୟୋଜିତ ଯୁବ ଆକ୍ରୋଶ ରାଲିରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ପ୍ରସଙ୍ଗରେ ମତ ରଖିପାରନ୍ତି ।
ରାଜ୍ୟରେ ଦଳ ପକ୍ଷରୁ ଆୟୋଜିତ ଯୁବ ଆକ୍ରୋଶ ରାଲି ଉପରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି, ‘କେନ୍ଦ୍ର ସରକାର ଲୋକଙ୍କ ସମସ୍ୟାକୁ ନେଇ ଚୁପ ରହୁଛନ୍ତି କିନ୍ତୁ ଆମେ ବାରମ୍ବାର ଏହି ପ୍ରମୁଖ ସମସ୍ୟାକ ଜନମାନସକୁ ଆଣିବୁ । ’ କଂଗ୍ରେସ ଶାସିତ ରାଜସ୍ଥାନ ବିଧାନସଭାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସଂକଳ୍ପ ପାରିତ ହୋଇଛି ।