ଜୟପୁର: ଆଜି ଆଗତ ହେଉଛି ରାଜସ୍ଥାନ ବଜେଟ୍ । ଗୃହରେ ପ୍ରଥମ ବଜେଟ ଭାଷଣ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହି ଆୟବ୍ୟୟ ମୂଲ୍ଯ ରାଜ୍ଯବାସୀଙ୍କୁ ଅନୁମତି କ୍ରମେ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ବଜେଟରେ ମୁଖ୍ୟତଃ କୃଷକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି ।
ଆଜି ରାଜସ୍ଥାନ ବଜେଟ୍: ଚାଷୀଙ୍କ ପାଇଁ 1000 କୋଟି - ବଜେଟ୍
ଗେହଲଟ ସରକାରଙ୍କ ଚାଷୀଙ୍କ ପାଇଁ ବଡ଼ ଘୋଷଣା । ବଜେଟରେ କୃଷକଙ୍କ କଲ୍ଯାଣ ପାଇଁ 1000 କୋଟିର ବ୍ୟୟ ଅଟକଳ ରଖିଲେ ରାଜସ୍ଥାନ ସରକାର ।
ଫାଇଲ ଫଟୋ
କୃଷକଙ୍କ ପାଇଁ ନୂଆ ଯୋଜନା ‘ଇଜି ଅଫ୍ ଡ଼ୁଇଙ୍ଗ୍ ଫାର୍ମିଙ୍ଗ’ ବ୍ଯବସ୍ଥା ଲାଗୁ କରିବାକୁ କହିଛନ୍ତି ଅଶୋକ । ଏଥିପାଇଁ 1000 କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରାଯାଇଛି। ଏହା ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ଅର୍ଥମନ୍ତ୍ରୀ ବିଧାନସଭାରେ ପହଁଞ୍ଚିଥିଲେ । ପରେ ବିରୋଧି ଦଳ ନେତା ଏବଂ ଉପନେତା ଗୃହକୁ ଯାଇଥିଲେ ।