ଭୁବନେଶ୍ବର: ଦଶନ୍ଧିର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ । 15 ବର୍ଷ ପରେ ମଙ୍ଗଳ ଗ୍ରହ ପୃଥିବୀର ଅତି ନିକଟର ହେବ । ଏହା ଚଳିତ ବର୍ଷର 2ୟ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଏସିଆ ମହାଦେଶରେ ଦେଖିବାକୁ ମିଳିବ । ତେଣୁ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ ।
ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ ରହିବ । ଫଳରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନପାରେ । ମଙ୍ଗଳବାର ମଧ୍ୟରାତ୍ରି 1ଘଟିକା 32 ମିନିଟରେ ଗ୍ରହଣ ଆରମ୍ଭ ହୋଇ ବୁଧବାର ଭୋର ସକାଳ 4 ଟା 31ରେ ସର୍ବମୋକ୍ଷ ହେବ । ଅପରାହ୍ଣ 4ଟା 32ରୁ ଦେବନୀତି ଓ ପାକ ନିଷେଧ ରହିଛି । ଅପରାହ୍ନ 4ଟା ସଦ୍ଧା ଶ୍ରୀମନ୍ଦିରରେ ନୀତି ସାରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅପରାହ୍ନ 2ଟା ସୁଦ୍ଧା ବାହାରିବ ନୀଳାଦ୍ରି ଅବଢା ।