ଓଡିଶା

odisha

ETV Bharat / bharat

ତୁଷାରପାତ ପାଇଁ ବନ୍ଦ ହେଲା ବାବା କେଦାରନାଥଙ୍କ ଦର୍ଶନ, 6 ମାସ ପରେ ଖୋଲିବ କବାଟ - ଦ୍ବାଦଶ ଜ୍ୟୋତିର୍ଲିଙ୍ଗ

6ମାସ ଯାଏଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବାବା କେଦାରନାଥ । ଶୀତ ଆରମ୍ଭରୁ କେଦାରନାଥଙ୍କ କବାଟ 6ମାସ ଯାଏଁ ବନ୍ଦ କରି ଦିଆଯାଇଥାଏ । ତେବେ ଆଜି ଭାଇଦୁଜ ପର୍ବରେ ଲଗ୍ନ ଅନୁସାରେ ସକାଳ8ଟା30ମିନିଟ୍‌ରେ ବାବା କେଦାରନାଥଙ୍କ କବାଟ ବନ୍ଦ କରି ଦିଆଯାଇଛି । ସେହିପରି ଯମୁନେତ୍ରୀଧାମର କବାଟ ଆଜି ଦ୍ବିପ୍ରହର 12ଟା25ଘଟିକାରେ ବନ୍ଦ କରାଯିବ ।

baba kedarnath

By

Published : Oct 29, 2019, 11:20 AM IST

Updated : Oct 29, 2019, 12:11 PM IST

ଡେରାଡୁନ: ନିର୍ଘଣ୍ଟ ତିଥି ଓ ସମୟ ଅନୁସାରେ ଆଜି ବାବା କେଦାରନାଥଙ୍କ କବାଟ 6 ମାସ ପାଇଁ ବନ୍ଦ କରି ଦିଆଯାଇଛି । ଲଗ୍ନ ଅନୁସାରେ ସକାଳ 8ଟା 30ମିନିଟ୍‌ରେ ବାବା କେଦାରନାଥଙ୍କ କବାଟ ବନ୍ଦ କରି ଦିଆଯାଇଛି । ଏହି ଅବସରରେ ହଜାର ହଜାର ଭକ୍ତ କେଦାରନାଥ ଧାମରେ ଉପସ୍ଥିତ ଥିଲେ । ଭକ୍ତମାନେ ବିଧି-ବିଧାନସହ ବାବାଙ୍କ ପୂଜାର୍ଚ୍ଚନା କରିଥିଲେ । ତୁଷାରପାତ ପାଇଁ ଭକ୍ତମାନେ ବାବାଙ୍କ ଦର୍ଶନ କରିପାରୁନାହାଁନ୍ତି।

ବାବା କେଦରାନାଥଙ୍କ ପଞ୍ଚମୁଖୀ ଚଳନ୍ତି ବିଗ୍ରହଙ୍କୁ ଡୋଲିରେ ନେଇ ଭକ୍ତଙ୍କ ଯାତ୍ରା


ତେବେ ବାବାଙ୍କ ସ୍ବୟମ୍ଭୁ ଜ୍ୟୋତିର୍ଲିଙ୍ଗଙ୍କୁ ଭଷ୍ମ ଦ୍ବାରା ଆବୃତ କରାଯାଇ ସମାଧି ରୂପ ଦେଇ ଦିଆଯାଇଛି । ଏହାପରେ ବାବା କେଦରାନାଥଙ୍କ ପଞ୍ଚମୁଖୀ ଚଳନ୍ତି ବିଗ୍ରହଙ୍କୁ ଶୃଙ୍ଗାର କରାଯାଇ ଡୋଲିରେ ବିରାଜ କରାଯାଇଥିଲା । ଭକ୍ତମାନେ ପଞ୍ଚମୁଖୀ ବିଗ୍ରହଙ୍କୁ ଦର୍ଶନ କରିଥିଲେ ।

ଛଅ ମାସ ପାଇଁ ବାବା କେଦାରନାଥଙ୍କ କବାଟ ହେଲା ବନ୍ଦ

ଭକ୍ତମାନେ ବାବା କେଦରାନାଥଙ୍କ ପଞ୍ଚମୁଖୀ ଚଳନ୍ତି ବିଗ୍ରହଙ୍କୁ ଡୋଲିରେ ନେଇ ଶୀତକାଳୀନ ଗଦ୍ଦୀସ୍ଥଳ ଯାଏଁ ଯିବେ । ସେଠାରେ ଓମ୍‌କାରେଶ୍ବର ମନ୍ଦିରରେ ବିରାଜମାନ କରିବେ ।

ସେହିପରି ଯମୁନେତ୍ରୀଧାମର କବାଟ ଆଜି ଦ୍ବିପ୍ରହର 12ଟା25ଘଟିକାରେ ବନ୍ଦ କରାଯିବ । ମାଆ ଯୁମାନା ଆଗାମୀ 6ମାସ ଯାଏଁ ଖୁସୀମଠରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

Last Updated : Oct 29, 2019, 12:11 PM IST

ABOUT THE AUTHOR

...view details