ଓଡିଶା

odisha

ETV Bharat / bharat

ଆଜି ଜେଇଇ ଆଡଭାନ୍ସ , ପରୀକ୍ଷା ଦେବେ 2 ଲକ୍ଷ ଛାତ୍ରଛାତ୍ରୀ - exam

ଆଜି ସାରା ଦେଶରେ ଜେଇଇ ଆଡଭାନ୍ସ । ପ୍ରାୟ 1 ଲକ୍ଷ 79 ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ଲାଗି ନିଜ ନାମ ପଞ୍ଜୀକରଣ କରିଛନ୍ତି । ଓଡିଶାରୁ 3 ହଜାର 261 ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି ।

ଫୋଟ ସୌଜନ୍ୟ: jeeadv.ac.in

By

Published : May 27, 2019, 8:19 AM IST

Updated : May 27, 2019, 10:08 AM IST

ଭୁବନେଶ୍ବର: ସୋମବାର ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସ । ଦେଶରେ 1 ଲକ୍ଷ 79 ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ଲାଗି ନିଜ ନାମ ପଞ୍ଜୀକରଣ କରିଛନ୍ତି । ଆଇଆଇଟିରେ ନାମ ଲେଖା ପାଇଁ ଏହି ପରୀକ୍ଷା କରାଯାଏ । ତେବେ ଏହି ପରୀକ୍ଷା ପାଇଁ ରାଜ୍ୟରୁ 5 ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ 3 ହଜାର 261 ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି ।

ଜେଇଇ ଆଡଭାନ୍ସର 2ଟି ପେପର ପରୀକ୍ଷା ହେବ । ପୂର୍ବାହ୍ନ 9ଟାରୁ ମଧ୍ୟାହ୍ନ 12ଟା ଯାଏଁ ପ୍ରଥମ ପେପର ଏବଂ ଦିନ 2ଟାରୁ 4ଟା ଯାଏ ଦ୍ବିତୀୟ ପେପର ପରୀକ୍ଷା ହେବ । ସେହିପରି ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଘଣ୍ଟାଏ ଅଧିକ ସମୟ ଦିଆଯିବ । ସୂଚନା ଯୋଗ୍ୟ, ଜେଇଇ ଆଡଭାନ୍ସ ନାମଲେଖା ଲାଗି ମେ 9 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । କିନ୍ତୁ ବାତ୍ୟା ‘ଫନି’ ପାଇଁ ଓଡିଶାର ବହୁ ଛାତ୍ରଛାତ୍ରୀ ନିଜର ନାମଲେଖାରୁ ବଞ୍ଚିତ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୋରଧ କ୍ରମେ ଓଡିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ମେ 14 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣର ଅବଧି ବୃଦ୍ଧି କରାଯାଇଥିଲା ।

Last Updated : May 27, 2019, 10:08 AM IST

For All Latest Updates

ABOUT THE AUTHOR

...view details