ଓଡିଶା

odisha

ETV Bharat / bharat

ଆଜି କାହିଁକି ପାଳନ ହୁଏ ବିଶ୍ବ ମଧୁମେହ ଦିବସ, କଣ ଏହାର ଉଦ୍ଦେଶ୍ୟ ? - DIABETES

ମଧୁମେହ ରୋଗରୁ ବଞ୍ଚାଇବା ଲାଗି ବିଶ୍ବ ମଧୁମେହ ଦିବସ । ସମୟ ଥାଉ ଥାଉ ଏହାର ଲକ୍ଷଣ ସବୁକୁ ପରଖି ସଠିକ ଉପଚାର ଓ ସଚେତନତା ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 14ରେ ପାଳନ କରାଯାଏ ଏହି ଦିବସ ।

ପ୍ରତିକାତ୍ମକ ଫଟୋ

By

Published : Nov 14, 2019, 6:50 AM IST

ଜବାହାରଲାଲ ନେହୁଙ୍କ ଜନ୍ମଦିନକୁ ସମଗ୍ର ଦେଶରେ ଶିଶୁଦିବସ ଭାବେ ମନାଯାଉଥିବା ବେଳେ ଇନସୁନିଲର ଜନକ ଫେଡ୍ରିକ ବେଣ୍ଟିଙ୍ଗ (FrederickBanting)ଙ୍କ ଜନ୍ମଦିନକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଉଛି ।


ମଧୁମେହ ରୋଗରୁ ବଞ୍ଚିବା ଲାଗି ବିଶ୍ବ ମଧୁମେହ ଦିବସ । ସମୟ ଥାଉ ଥାଉ ଏହାର ଲକ୍ଷଣ ସବୁକୁ ପରଖି ସଠିକ ଉପଚାର କରାଇବା ଉଦ୍ଦେଶ୍ୟରେ ବାର୍ତ୍ତା ବାଣ୍ଟିବାକୁ ପ୍ରତିବର୍ଷ ନଭେମ୍ବର 14ରେ ପାଳନ କରାଯାଏ ଏହି ଦିବସ ।

ପ୍ରଥମଥର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମଧୁମେହ ସଂଘ ଦ୍ବାରା 1991 ମସିହା ନଭେମ୍ବର 14ରେ ଏହାର ଆୟୋଜନ କରାଯାଇଥିଲା । ଏହି ଦିନ ଇନସୁନିଲର ସନ୍ଧାନ କରିଥିବା ବୈଜ୍ଞାନିକ ଫେଡ୍ରିକଙ୍କ ଜନ୍ମଦିନ । ଏଥିପାଇଁ ମଧ୍ୟ ଏହାକୁ ମଧୁମେହ ଦିବସ ପାଳନ କରାଯାଏ । ଫେଡ୍ରିକ 1922 ମସିହାରେ ପ୍ରଥମଥର କରି ଇନସୁନିଲର ଆବିଷ୍କାର କରିଥିଲେ ।


ମଧୁମେହ କଣ ?

ରକ୍ତରେ ଗ୍ଲୁକୋଜ (ସର୍କରା) ପରିମାଣ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଥିଲେ ମଧୁମେହ ରୋଗ ହୋଇଥାଏ । ଏହା ସାଧାରଣତଃ ଜୀବନଶୈଳୀ ଓ ବଂଶୀନୁକ୍ରମିକ ରୋଗ ହୋଇଥାଏ । ଯାହାକି Pancreas Glands ନିଷ୍କ୍ରିୟ ହେବା ନେଇ ରୋଗୀକୁ ପ୍ରଭାବିତ କରିଥାଏ । ଏହା ଫଳରେ ଇନସୁଲିନ(ରକ୍ତରେ ସର୍କରା ମାତ୍ରାକୁ ସନ୍ତୁଳିତ କରୁଥିବା ହର୍ମୋନ) ତିଆରି ହେବା ବନ୍ଦ ହୋଇଯାଇଥାଏ । ଏଥିସହ କଲୋଷ୍ଟୋଲ ଓ ଫ୍ୟାଟ ମଧ୍ୟ ଅସାମାନ୍ୟ ହୋଇଥାଏ । ଯେଉଁଥିପାଇଁ ବ୍ୟକ୍ତିର ବାହ୍ୟଅଙ୍ଗରେ ପରିବର୍ତ୍ତନ ଦେଖାଯାଏ । ଆଖି, ଆଣ୍ଠୁ, ମସ୍ତିଷ୍କ, ହୃଦୟ ଆଦିର ସମସ୍ୟା ବାହାରିଥାଏ ।

ମଧୁମେହର ପ୍ରକାରଭେଦ

ଏହା ମୁଖ୍ୟତଃ 3 ପ୍ରକାରର । ଗୋଟିଏ ଟାଇପ 1 ଅନ୍ୟଟି ଟାଇପ 2 ଏବଂ ଜେଷ୍ଟ୍ରନାଲ । ଦୁଇ ପ୍ରକାରର ଡାଇବେଟିସ୍‌ରେ ଶରୀରର ବିଦ୍ୟମାନ ଏକ ହର୍ମୋନ ଇନ୍ସୁଲିନ ସହିତ ଯୋଡି ହୋଇ ରହିଥାଏ । ଇନସୁଲିନ୍‌ ଅଗ୍ନାଶୟରୁ ଉତ୍ପନ୍ନ ହୋଇଥାଏ । ଏହି ଇନସୁଲିନ ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିଥାଏ ।

ଯେତେବେଳେ ଶରୀରର ଇନସୁଲିନ ଉପନ୍ନ କରୁଥିବା କୋଷ ଗୁଡିକ ନଷ୍ଟ ହୋଇଯାଏ , ସେତେବେଳେ ଟାଇପ 1 ମଧୁମେହ ହୋଇଥାଏ । ସେହିପରି ଯେବେ ଶରୀରରେ ଆବଶ୍ୟକୀୟ ଇନସୁଲିନ ଉତ୍ପାଦନ ଉତ୍ପନ୍ନ ବନ୍ଦ ହୁଏ, ସେବେ ଟାଇପ 2 ମଧୁମେହ ହୁଏ ।

Gestational diabetes (GDM) ରେ ହେଲେ ରକ୍ତରେ ଶର୍କରା ପରିମାଣରେ ବହୁତ ପରିମାଣରେ ବଢିଯାଏ । ଗର୍ଭବତୀ ଓ ପସ୍ରବ ସମୟରେ ଏହା ମା‘ ଓ ଛୁଆ ପାଇଁ ଅଧିକ କଷ୍ଟକର ହୋଇଥାଏ । ଏଥିସହ ପରବର୍ତ୍ତୀ ସମୟରେ ପ୍ରଭାବିତ ମହିଳା ଓ ଛୁଆକୁ ଟାଇପ 2 ମଧୁମେହ ହେବାର ଅଧିକ ଆଶଙ୍କା ରହିଥାଏ ।

ମଧୁମେହର ଲକ୍ଷଣ

  • ଥକାପଣ, ଦୁର୍ବଳତା, ଗୋଡ କାଟିବା
  • ପାଦରେ ଘା ହେଲେ ଠିକ ନ ହୋଇ ଗେଗ୍ରୀନ ରୂପ ନେବା
  • ଓଜନ ହ୍ରାସ ପାଇବ
  • ବାରମ୍ବାର ଚଷମା ନମ୍ବର ବଦଳିଲେ
  • -ଜଙ୍ଗରେ କୁଣ୍ଡେଇ ଓ ସଂକ୍ରମଣ ହେଲେ
  • - ଦୃହୟ କିମ୍ବା ମାନସିକ ସମସ୍ୟା ଉପୁଜିଲେ

କିପରି ହେବେ ଚିକିତ୍ସା

ଟାଇପ ୨ ଡାଇବେଟିସ ଜାଣିବା ପରେ ରୋଗୀର ଖାଇବା ପିଇବାରେ ପରିବର୍ତ୍ତନ ସାଙ୍ଗକୁ ବ୍ୟାୟାମ ଜରୁରୀ । ଶରୀରେ ବହୁତ ଶର୍କରା ଜମିବା କାରଣରୁ ଟାଇପ ୨ ଡାଇବେଟିସ ହୋଇଥାଏ । ଏଣୁ ଫ୍ୟାଟ ଏବଂ ଶର୍କରା ଜାତୀୟ ଖାଦ୍ୟ କମ କରିବା ସହିତ ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର । ଫଳରେ ଶରୀରରେ କମ ଗ୍ଲୁକୋଜ ତିଆରିରେ ସହାୟତା ମିଳେ । ସେହିପରି ନିୟମିତ ସୁଗାର ସ୍ତରର ଯାଞ୍ଚ କରିବାକୁ ହେବ । ଫଳ ରସ ବଦଳରେ ଗୋଟା ଫଳ ଖାଇବେ । ଯୋଗ ମଧ୍ୟ ଏହି ଶ୍ରେଣୀର ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details