ଓଡିଶା

odisha

ETV Bharat / bharat

ଶୁକ୍ରବାର ମୁଖ୍ୟ ବିଚାରପତିଙ୍କ ଶେଷ କାର୍ଯ୍ୟଦିବସ, 17ରେ ନେବେ ଅବସର - Today is last working day of Ranjan Gogoi

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ନଭେମ୍ବର 17ରେ ସରୁଥିବା ବେଳେ, ଶୁକ୍ରବାର ତାଙ୍କର ଶେଷ କାର୍ଯ୍ୟଦିବସ ରହିଛି।

ଆଜି ସରୁଛି CJIଙ୍କ କାର୍ଯ୍ୟକାଳ, 17ରେ ନେବେ ଅବସର

By

Published : Nov 15, 2019, 2:50 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ଯ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଚଳିତବର୍ଷ ନଭେମ୍ବର 17ରେ ସରୁଥିବା ବେଳେ, ଶୁକ୍ରବାର ହେଉଛି ତାଙ୍କର ଶେଷ କାର୍ଯ୍ୟଦିବସ। ଏହି ଅବସରରେ ଆଜି ସନ୍ଧ୍ୟାରେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ସିଜେଆଇଙ୍କ ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି।

ତେବେ ସିଜେଆଇଙ୍କ ଅବସର ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ । ପରମ୍ପରା ଅନୁସାରେ ସିଜେଆଇ ଜଷ୍ଟିସ ଗୋଗୋଇ, ଜଷ୍ଟିସ ବୋବଡେଙ୍କ ସହ ଶୁକ୍ରବାର କୋର୍ଟ 1ରେ ବସିଥିଲେ । ଏହାସହ ତାଙ୍କୁ ବାକି ଥିବା ଆଜିର ସମସ୍ତ 10ଟି ମାମଲାର ତାଲିକା ହସ୍ତାନ୍ତର କରିଥିଲେ।

ଜଷ୍ଟିସ ରଞ୍ଜନ ଗୋଗୋଇ 2018 ମସିହା ଅକ୍ଟୋବର 3ରେ ସୁପ୍ରିକୋର୍ଟ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ କ୍ୟାରିଅରରେ ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ବହୁ ଚର୍ଚ୍ଚିତ ଅଯୋଧ୍ୟା ଭୂମି ବିବାଦ ମାମଲା, ସାବରିମାଳା ବିବାଦ, ରାଫେଲ ଡିଲ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶୁଣାଇଛନ୍ତି।

ABOUT THE AUTHOR

...view details