ଓଡିଶା

odisha

ETV Bharat / bharat

ଆଜି ବୁଦ୍ଧ ପୂର୍ଣ୍ଣିମା, କୁଶୀ ନଗର ବୌଦ୍ଧ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା - kusinagar in up

ବୌଦ୍ଧ ଅନୁଗାମୀମାନଙ୍କ ପାଇଁ ତ୍ରିବିଧ ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଭଗବାନ ବୁଦ୍ଧ ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ ଏବଂ ଏହି ଦିନ ସେ ବୋଧ ଗୟାରେ ମଧ୍ୟ ଜ୍ଞାନ ଗ୍ରହଣ କରିଥିଲେ। ଅଧିକ ପଢନ୍ତୁ...

ଆଜି ବୌଦ୍ଧ ପୂର୍ଣ୍ଣିମା, କୁଶୀ ନଗର ବୌଦ୍ଧ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା
ଆଜି ବୌଦ୍ଧ ପୂର୍ଣ୍ଣିମା, କୁଶୀ ନଗର ବୌଦ୍ଧ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା

By

Published : May 7, 2020, 12:50 PM IST

ଲକ୍ଷ୍ନୌ: ଆଜି ବୁଦ୍ଧ ପୂର୍ଣ୍ଣିମା । ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ଭଗବାନ ବୁଦ୍ଧଙ୍କ ନିର୍ବାଣ ସ୍ଥାନ କୁଶିନଗରରେ ରହିଛି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ଆୟୋଜିତ ହେବାକୁ ସମସ୍ତ କାର୍ଯ୍ୟ ଲକଡାଉନ ହେତୁ ଆୟୋଜିତ ହୋଇପାରି ନାହିଁ। ଉତ୍ତରପ୍ରଦେଶ କୁଶିନଗରରେ ଥିବା ବୌଦ୍ଧ ମନ୍ଦିରରେ ଭଗବାନ ବୁଦ୍ଧଙ୍କ ଉପାସନା ଅତି ଆଡମ୍ବରରେ କରାଯାଇପାରିବ ନାହିଁ । କିନ୍ତୁ ସାମାଜିକ ଦୂରତା ଅନୁସରଣ କରି ଅତି ସରଳତାର ସହ ବୌଦ୍ଧ ଭିକ୍ଷୁମାନେ ବିଶେଷ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବାହାରେ ବସି ଧ୍ୟାନ, ସାଧନା କରିଛନ୍ତି ।

ଆଜି ସମଗ୍ର ବିଶ୍ୱ ଏହି ପଥ ଅନୁସରଣ କରିବାକୁ ଚେଷ୍ଟା କରୁଛି । ବୌଦ୍ଧ ଅନୁଗାମୀମାନଙ୍କ ପାଇଁ ତ୍ରିବିଧ ପବିତ୍ର ବୁଦ୍ଧ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଭଗବାନ ବୁଦ୍ଧ ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ ଏବଂ ଏହି ଦିନ ସେ ବୋଧ ଗୟାରେ ମଧ୍ୟ ଜ୍ଞାନ ଗ୍ରହଣ କରିଥିଲେ। ଏହି ଦିନ ସେ କୁଶିନଗରରେ ନିର୍ବାଣ ବା ମୋକ୍ଷ ପ୍ରାପ୍ତି କରିଥିଲେ।

ଚାରିଟି ବୌଦ୍ଧ ମନ୍ଦିର ମଧ୍ୟର ଭିତରୁ କୁଶୀନଗର ମନ୍ଦିର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । କୁଶୀନଗରର ଏହି ପବିତ୍ର ଭୂମିରେ ଭଗବାନ ବୁଦ୍ଧ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଶେଷ ବାର୍ତ୍ତା ସହିତ ଏଠାରେ ମୋକ୍ଷ ପ୍ରାପ୍ତ କରିଥିଲେ । ସମଗ୍ର ବିଶ୍ୱ ଭଗବାନ ବୁଦ୍ଧଙ୍କୁ ଶାନ୍ତି ରାସ୍ତାରେ ଚାଲୁଥିବା ବିବେଚନା କରନ୍ତି ।

କୁଶିନଗରରେ ଭଗବାନ ବୁଦ୍ଧଙ୍କ ନିର୍ବାଣ ସ୍ଥଳୀ ବିଶ୍ୱ ମାନଚିତ୍ରରେ ସ୍ଥାପିତ ହୋଇଛି। ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ଭଗବାନ ବୁଦ୍ଧ ଖ୍ରୀଷ୍ଟପୂର୍ବ 483 ମସିହାରେ ଏଠାକୁ ଆସିଥିଲେ ଏବଂ ଏଠାରେ ମୋକ୍ଷ ପ୍ରାପ୍ତ କରିଥିଲେ। ସେଥିପାଇଁ ବୌଦ୍ଧ ଧର୍ମରେ କୁଶୀନଗରର ବିଶେଷ ମହତ୍ତ୍ୱ ରହିଛି ।

କୁଶୀନଗରରେ ଭଗବାନ ବୁଦ୍ଧଙ୍କର 4 ଟି ପ୍ରାଚୀନ ଦର୍ଶନ ସ୍ଥଳୀ ରହିଛି । ଏହା ବ୍ୟତୀତ ଏଠାରେ 13 ଟି ବୌଦ୍ଧ ମନ୍ଦିର ଅଛି । ପ୍ରତିବର୍ଷ ବୌଦ୍ଧ ଧର୍ମର ଲକ୍ଷ ଲକ୍ଷ ବୌଦ୍ଧଧର୍ମାବଲମ୍ବୀ ତଥା ବିଦେଶୀ ଅନୁଗାମୀ ଏଠାକୁ ପୂଜା କରିବାକୁ ଆସନ୍ତି । ଏଠାରେ ଭଗବାନ ବୁଦ୍ଧଙ୍କର ଏକ ବିଶେଷ ପ୍ରାର୍ଥନା କରାଯାଏ।

ABOUT THE AUTHOR

...view details