ଓଡିଶା

odisha

ETV Bharat / bharat

ଆଜି ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ, ଦୁର୍ନୀତି ରାଜ୍ୟର ନିମ୍ନରେ ଓଡିଶା - International Anti-Corruption Day

ବିଶ୍ବରେ ଦୁର୍ନୀତି ନିବାରଣ କରିବା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 9 ତାରିଖରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଏ । ତେବେ ଆମ ରାଜ୍ୟ ଓଡିଶା ଦେଶରେ ଦୁର୍ନୀତି ରାଜ୍ୟର ସର୍ବନିମ୍ନ ସ୍ତରରେ ରହିଛି । ଅଧିକ ପଢନ୍ତୁ...

Today is International Anti-Corruption Day
ଆଜି ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ, ଓଡିଶା ଦୁର୍ନୀତି ରାଜ୍ୟର ନିମ୍ନ ସ୍ତରରେ

By

Published : Dec 9, 2020, 9:01 AM IST

ହାଇଦ୍ରାବାଦ:ବିଶ୍ବରେ ଦୁର୍ନୀତି ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି । ସାଧାରଣ, ନିରୀହ ଜନତା ଏହି ଦୁର୍ନୀତିର ଶିକାର ମଧ୍ୟ ହେଉଛନ୍ତି । ତେବେ ଏହାକୁ ବିରୋଧ କରିବା ସହିତ ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କେତେକ କ୍ଷେତ୍ରରେ ଦୁର୍ନୀତି ନିବାରଣର ଦାୟିତ୍ବଭାର ଗ୍ରହଣ କରୁଥିବା ପ୍ରଶାସନ ମଧ୍ୟ ଏହାର କବଳରେ ପଡି ଭୁଲ୍‌ କରିବସୁଛି । ତେବେ ଏହି ଦୁର୍ନୀତି ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 9 ତାରିଖରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଏ ।

ଦୁର୍ନୀତି ଦେଶ ତାଲିକାରେ ଭାରତର ସ୍ଥାନ

ମିଳିତ ଜାତିସଂଘରେ 2003 ମସିହା ଅକ୍ଟୋବର 31 ତାରିଖରେ ଦୁର୍ନୀତି ବିରୋଧରେ ଏକ ସାଧାରଣ ସଭା ହୋଇଥିଲା ଏବଂ ଏହି ସଭାରେ ଡିସେମ୍ବର 9 ତାରିଖକୁ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦୁର୍ନୀତିର ମୁକାବିଲା ତଥା ଏହାକୁ ରୋକିବା ସମ୍ପର୍କରେ ଲୋକମାନଙ୍କର ଭୂମିକା ଓ ସଚେତନତା ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀ ପରେ 2005 ମସିହାଠାରୁ ପ୍ରତିବର୍ଷ ଡିସେମ୍ବର 9 ତାରିଖକୁ ଦୁର୍ନୀତି ନିବାରଣ ଦିବସ ଭାବେ ପାଳନ କରାଯାଉଛି । ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ 2003 ମସିହା ଅକ୍ଟୋବର 9 ତାରିଖରେ ଆମେରିକାର ସାଧାରଣ ବିଧାନସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ଉନ୍ମୋଚନ କରାଯାଇଥିଲା ।

ବିଶ୍ବରେ ଦୁର୍ନୀତି ହେଉଛି ଏକ ଏପରି ସମସ୍ୟା ଯାହାକି ପ୍ରତ୍ୟେକ ଦେଶକୁ ପ୍ରଭାବିତ କରିଥାଏ । କାରଣ ଏହା ନୈତିକ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା କରିବା ସହିତ ସାଧୁତା କିମ୍ବା ସଚ୍ଚୋଟତାର ଅଭାବ ଦେଖାଇ କାର୍ଯ୍ୟ କରୁଥିବା ଲୋକଟିର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ଦୁର୍ନୀତି ଗଣତନ୍ତ୍ରକୁ ଦୁର୍ବଳ କରିବା ସହିତ ଏକ ଅସ୍ଥିର ସରକାର ଗଠନ କରିଥାଏ । ଦୁର୍ନୀତି ଲାଞ୍ଚ, ଆଇନ ଉଲ୍ଲଂଘନ ଭଳି ବିଭିନ୍ନ ରୂପରେ ଆସିଥାଏ । ତେବେ ଏହି ଦିବସ ବିଶେଷକରି ରାଜନେତା, ସରକାର, ଆଇନଗତ ଅଧିକାରୀଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି । କାରଣ ଏହି ସବୁ କ୍ଷେତ୍ରରେ ଅଧିକ ମାତ୍ରାରେ ଦୁର୍ନୀତି ହୋଇଥାଏ ।

ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ଗୁରୁତ୍ବ:-

  • ପ୍ରତିବର୍ଷ 1 ଟ୍ରିଲିୟନ ଡଲାର ବା 1 ଲକ୍ଷ କୋଟି ଲାଞ୍ଚ ପ୍ରଦାନ କରାଯାଉଥିବାବେଳେ ଆନୁମାନିକ 2.6 ଟ୍ରିଲିୟନ ଡଲାର ବା 2.6 ଲକ୍ଷ କୋଟି ଟଙ୍କା ଦୁର୍ନୀତି ମାଧ୍ୟମରେ ଆଦାୟ ହୋଇଥାଏ । ତେବେ ଏହା ସମୁଦାୟ ଜିଡିପିର 5 ପ୍ରତିଶତରୁ ଅଧିକ ବୋଲି ଜଣାପଡିଛି । ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ବିକାଶଶୀଳ ଦେଶମାନଙ୍କରେ ଦୁର୍ନୀତିରେ ଆଦାୟ ହେଉଥିବା ପାଣ୍ଠି ସରକାରୀ ବିକାଶ ସହାୟତା ପରିମାଣର 10 ଗୁଣ ଅଧିକ ବୋଲି ଆକଳନ କରାଯାଇଛି। ତେବେ ଏହି ଦୁର୍ନୀତି ଅର୍ଥକୁ ଦେଶର ବିକାଶ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଏହି ଦିବସ ପ୍ରେରଣା ଯୋଗାଇଥାଏ ।
  • ଦୁର୍ନୀତି ଏକ ସାଘାଂତିକ ଅପରାଧ, ଯାହାକି ପ୍ରତିଟି କ୍ଷେତ୍ରରେ ସାମାଜିକ ଓ ଅର୍ଥନୈତିକ ବିକାଶକୁ ନିମ୍ନମୂଖୀ କରିଥାଏ । ତେଣୁ ଏଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ । କାରଣ ଦେଶରେ ବିକାଶରେ ହିଁ ମନୁଷ୍ୟ ସମାଜ ଓତପ୍ରୋତଃ ଭାବେ ଜଡିତ ।
  • ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଅଣବେସରକାରୀ ଅନୁଷ୍ଠାନ, ଗଣମାଧ୍ୟମ ଓ ନାଗରିକମାନେ ଏହି ଦୁର୍ନୀତି ବିରୋଧରେ ସଂଘର୍ଷ କରିବା ଉଚିତ । ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ(UNDP) ଓ ୟୁନାଇଟେଡ ନେସନ୍ସ ଅଫିସ ଅନ ଡ୍ରଗ୍ସ ଆଣ୍ଡ କ୍ରାଇମ (UNODC) ବିଶ୍ବରୁ ଦୁର୍ନୀତି ନିବାରଣ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

ଭାରତରେ ଦୁର୍ନୀତିର ନକ୍ସା:-

  • ଭାରତରେ ଦୁର୍ନୀତି ତାଲିକାରେ ରାଜସ୍ଥାନ ସବୁଠାରୁ ଶୀର୍ଷରେ ରହିଥିବା ଇଣ୍ଡିଆ କରପ୍‌ସନ ସର୍ଭେରୁ ସୂଚନା ମିଳିଛି । ଏହି ସର୍ଭେରେ ରାଜସ୍ଥାନରୁ ଅଂଶଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ 78 ପ୍ରତିଶତ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଲାଞ୍ଚ ବାବଦକୁ ଅର୍ଥ ଦେଉଥିବା କହିଥିଲେ । ତେବେ ଏହି 78 ପ୍ରତିଶତ ଲୋକଙ୍କ ମଧ୍ୟରୁ 22 ପ୍ରତିଶତ ଲୋକ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ଏକାଧିକ ଥର ଲାଞ୍ଚ ଦେଇଥିବା କହିଥିଲେ । 56 ପ୍ରତିଶତ ଲୋକ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିଲେ ।
  • ଝାଡଖଣ୍ଡ ଓ ଉତ୍ତରପ୍ରଦେଶ ଦୁର୍ନୀତି ତାଲିକାର 3ୟ ସ୍ଥାନରେ ରହିଛନ୍ତି । ତେବେ ଏହି 2ଟି ରାଜ୍ୟରେ 74 ପ୍ରତିଶତ ଲୋକ ବିଭିନ୍ନ କାମ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ବେଳେ 13 ପ୍ରତିଶତ ଲୋକ କୌଣସି କାର୍ଯ୍ୟ ପାଇଁ ଲାଞ୍ଚ ଦେଇନାହାନ୍ତି ।
  • ଭାରତରେ ସର୍ବାଧିକ ଦୁର୍ନୀତି ହେଉଥିବା ଟପ୍‌ 5 ତାଲିକା ମଧ୍ୟରେ ତେଲେଙ୍ଗାନା ରହିଛି । ତେବେ କାର୍ଯ୍ୟାଳୟରେ ପଡି ରହିଥିବା କାର୍ଯ୍ୟକୁ କରିବା ପାଇଁ ପ୍ରାୟ 67 ପ୍ରତିଶତ ଲୋକମାନେ କର୍ମଚାରୀମାନଙ୍କୁ ଲାଞ୍ଚ ଦେଇଥିବା କହିଛନ୍ତି ।
  • ପଞ୍ଜାବ ତାଲିକାର 6ଷ୍ଠ ସ୍ଥାନରେ ରହିଛି । ଏଠାରେ 63 ପ୍ରତିଶତ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଲାଞ୍ଚ ଦେଇଥିବା ବେଳେ 27 ପ୍ରତିଶତ ଲୋକ ଏକାଧିକ ଥର ଲାଞ୍ଚ ଦେଇଛନ୍ତି । ସେହିପରି 36 ପ୍ରତିଶତ ଲୋକ 1ରୁ 2ଥର ଲାଞ୍ଚ ଦେଇଥିବା ବେଳେ 27 ପ୍ରତିଶତ ଲୋକଙ୍କ କାମ ବିନା ଲାଞ୍ଚରେ ହୋଇଛି।
  • କର୍ଣ୍ଣାଟକରେ ପଞ୍ଜାବ ଭଳି ସମାନ ପରିସ୍ଥିତି ରହିଥିବା ବେଳେ ତାମିଲନାଡୁ ତାଲିକାର 7ମ ସ୍ଥାନରେ ରହିଛି । ତାମିଲନାଡୁରେ 62 ପ୍ରତିଶତ ଲୋକ ଲାଞ୍ଚ ଭରିଥିବା ବେଳେ 35 ପ୍ରତିଶତ ଲୋକ ବାରମ୍ବାର ଲାଞ୍ଚ ଦେଇଛନ୍ତି । 27 ପ୍ରତିଶତ ଲୋକ 1ରୁ 2 ଥର ଲାଞ୍ଚ ଦେଇଥିବା ବେଳେ 8 ପ୍ରତିଶତ ଲୋକ ଆଦୌ ଦେଇନାହାନ୍ତି ।
  • କେରଳରେ ଦୁର୍ନୀତି ତାଲିକାର ସର୍ବନିମ୍ନରେ ରହିଛି । ଏହି ରାଜ୍ୟରେ କେବଳ 10 ପ୍ରତିଶତ ଲାଞ୍ଚ ଦେଇ ନିଜର କାମ ହାସଲ କରିଛନ୍ତି । 50 ପ୍ରତିଶତ ଲୋକ ଆଦୌ ଲାଞ୍ଚ ଦେଇନଥିବା ବେଳେ 40 ପ୍ରତିଶତ ଲୋକଙ୍କୁ ଲାଞ୍ଚ ଦେବାର ଆବଶ୍ୟକ ହିଁ ପଡିନାହିଁ । ତେବେ ଦୁର୍ନୀତି ତାଲିକାର ସର୍ବନିମ୍ନରେ କେରଳ, ଗୁଜୁରାଟ, ଗୋଆ, ପଶ୍ଚିମବଙ୍ଗ, ଓଡିଶା, ହରିୟାଣା ଓ ଦିଲ୍ଲୀ ରହିଛନ୍ତି ।

ABOUT THE AUTHOR

...view details