ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଉଦଘାଟନ କରିବେ ରେଳମନ୍ତ୍ରୀ - kalkata metro news

ଭାରତରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିବ ମେଟ୍ରୋ ଟ୍ରେନ । କୋଲକତା ଓ ହାୱଡା ମଧ୍ୟରେ ଥିବା ହୁଗୁଳି ନଦୀରେ ଏହା ତିଆରି କରାଯାଇଛି । ଏହାକୁ ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ଅଧିକ ଜାଣନ୍ତୁ...

today-evening-railway-minister-piyush-goyal-innagurate-first-underwater-metro-train-in-kolkata
ଦେଶର ପ୍ରଥମ ପାଣି ତଳେ ଚାଲୁଥିବା ମେଟ୍ରୋ ଟ୍ରେନ ଉଦଘାଟନ କରିବେ ରେଳମନ୍ତ୍ରୀ ପିୟୁଷ ଗୋଏଲ

By

Published : Feb 14, 2020, 3:10 AM IST

କୋଲକତା: ଭାରତରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିବ ମେଟ୍ରୋ ଟ୍ରେନ । କୋଲକତା ଓ ହାୱଡା ମଧ୍ୟରେ ଥିବା ହୁଗୁଳି ନଦୀରେ ଏହା ତିଆରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଲକତାର ଇଷ୍ଟ ୱେଷ୍ଟ ମେଟ୍ରୋ କରିଡରର ସେକ୍ଟର ଭି ସହିତ ସଲ୍ଟୋ ଲେକ ଷ୍ଟାଡିୟମ ସହିତ ଯୋଡାଯିବ ।

ଦେଶର ପ୍ରଥମ ପାଣି ତଳେ ଚାଲୁଥିବା ମେଟ୍ରୋ ଟ୍ରେନର ମ୍ୟାପ

ଗୁରୁବାର ସଂନ୍ଧ୍ୟାରେ କୋଲକତାରେ ପାଣି ତଳେ ଚାଲିବାକୁଥିବା ମେଟ୍ରୋ ଟ୍ରେନର ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ । ଅତ୍ୟାଧୁନକ ପ୍ରଣାଳୀରେ ପ୍ରସ୍ତୁତ ମେଟ୍ରୋ ରେଳ ଟ୍ରାକ ମୋଟ 16.6 କି.ମି ରହିଥିଲାବେଳେ ପାଣିର ତଳ ଭାଗରେ ରହିବ 10.9 କି.ମି. । ଏହା ହେଉଛି ଦେଶର ପ୍ରଥମ ପାଣିର ତଳ ଭାଗର ଚାଲୁଥିବା ମେଟ୍ରୋ ରେଳ ଲାଇନ । କୋଲକତା ଓ ହାୱଡା ମଧ୍ୟରେ ଥିବା ହୁଗୁଳି ନଦୀର ତଳ ଭାଗରେ ଅତ୍ୟାଧୁନିକ ପ୍ରଣାଳୀରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସୁଡଙ୍ଗ ପ୍ରସ୍ତୁତ କରାଯାଇଛି ।

ABOUT THE AUTHOR

...view details