ଓଡିଶା

odisha

ETV Bharat / bharat

7ମାସ ପରେ ଆଜି ଆସାମରେ ଖୋଲିଲା ଶିକ୍ଷାନୁଷ୍ଠାନ - କୋରୋନା କଟକଣା ସହିତ ଆସାମରେ ଖୋଲିଲା ଶିକ୍ଷାନୁଷ୍ଠାନ

ଆସାମରେ 7ମାସର ବ୍ୟବଧାନ ପରେ ସୋମବାର କୋରୋନା କଟକଣା ମଧ୍ୟରେ ଖୋଲିଛି ଶିକ୍ଷାନୁଷ୍ଠାନ । ସପ୍ତମ ଶ୍ରେଣୀରୁ ତଦୁର୍ଦ୍ଧ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ କରିପାରିବେ । ଅଧିକ ପଢନ୍ତୁ...

Today educational institutions open in Assam after 7 months
7ମାସ ପରେ ଆଜି ଆସାମରେ ଖୋଲିଲା ଶିକ୍ଷାନୁଷ୍ଠାନ

By

Published : Nov 2, 2020, 3:06 PM IST

ଦିସପୁର: ରାଜ୍ୟ ସରକାରଙ୍କ ଅନୁମତି ପରେ ଆସାମରେ 7 ମାସର ବ୍ୟବଧାନ ପରେ ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଛି । ତେବେ ସପ୍ତମ ଶ୍ରେଣୀ ଠାରୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନ ଆସିବାକୁ ଅନୁମତି ମିଳିଛି । ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ଆଣିସାରିବା ପରେ ବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ ପାଠ ପଢିପାରିବେ ।

ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଷଷ୍ଠ ଏବଂ ତଦୁର୍ଦ୍ଧ ଶ୍ରେଣୀର ଛାତ୍ରମାନଙ୍କୁ ସେମାନଙ୍କ ପିତାମାତାଙ୍କ ଲିଖିତ ସମ୍ମତି ସହିତ କ୍ଲାସରେ ଯୋଗଦେବାକୁ ଅନୁମତି ଦିଆଯିବ। କିନ୍ତୁ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପଢିବା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ନୁହେଁ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି । ସମସ୍ତ ଶ୍ରେଣୀ ପାଇଁ ଏକ ଅଡ-ଇଭିନ୍ କୌଶଳ ଏବଂ ସ୍ଥିର ସମୟସୀମା ଅନୁସରଣ କରାଯାଇ ଶିକ୍ଷାଦାନ କରାଯିବ ।

ଷଷ୍ଠ, ଅଷ୍ଟମ, ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରମାନେ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ କ୍ଲାସରେ ଯୋଗଦେବେ । ସପ୍ତମ, ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରମାନେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ କ୍ଲାସ କରିପାରିବେ । ଛାତ୍ରମାନଙ୍କୁ ଦୁଇଟି ବ୍ୟାଚରେ ବିଦ୍ୟାଳୟକୁ ଆସିବାକୁ ପଡିବ | ପ୍ରଥମ ବ୍ୟାଚ୍ ସକାଳ 8ଟାରୁ ଆରମ୍ଭ ହୋଇ 12 ଟାରେ ଶେଷ ହେବ ଏବଂ ପରବର୍ତ୍ତୀ ବ୍ୟାଚ୍ ରାତି 12.30ରେ ଆରମ୍ଭ ହୋଇ ଅପରାହ୍ନ 3.30 ପର୍ଯ୍ୟନ୍ତ ଚାଲିବ । 20ରୁ କମ ଛାତ୍ରଛାତ୍ରୀ ଥିବା ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ବ୍ୟାଚରେ କ୍ଲାସ କରିପାରିବେ ।

ଯେଉଁ ବିଦ୍ୟାର୍ଥୀମାନେ ଶିକ୍ଷାନୁଷ୍ଠାନକୁ ଆସି ପାଠ ପଢିବା ପାଇଁ ଇଚ୍ଛୁକ ନୁହନ୍ତି, ସେମାନଙ୍କ ପାଇଁ ଅନଲାଇନ କ୍ଲାସ କରିପାରିବେ । ସ୍କୁଲ ବସଗୁଡିକ ନିଜ କ୍ଷମତାର ଏକ ତୃତୀୟାଂଶ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବେ । ପ୍ରତିଦିନ ଶିକ୍ଷାନୁଷ୍ଠାନରେ ଥର୍ମାଲ ସ୍କାନିଂ କରାଯିବା ସହ ସମସ୍ତେ କୋରୋନା ଗାଇଡଲାଇନକୁ ପାଳନ କରିବେ । ସପ୍ତାହର ଛୁଟି ଦିନମାନଙ୍କରେ ଶିକ୍ଷାନୁଷ୍ଠାନଗୁଡିକୁ ସାନିଟାଇଜ କରାଯିବ । ଯଦି କେହି କୋରୋନା ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବା ସହ ଶିକ୍ଷାନୁଷ୍ଠାନକୁ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରଖାଯିବ ।

ସୂଚନା ଥାଉ କି, ଗତ ମାର୍ଚ୍ଚ ମାସଠାରୁ ଦେଶରେ କୋରୋନା ତାଣ୍ଡବ ରଚି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଲାଗୁ କରିବା ପରେ ଦେଶରେ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ବନ୍ଦ କରାଯାଇଥିଲା । କେନ୍ଦ୍ର ସରକାର ନିଜ ନିଜ ରାଜ୍ୟର କୋରୋନା ପରିସ୍ଥିତି ଦେଖି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲେ । ତେବେ ସୋମବାର ରାଜ୍ୟ ସରକାର ଆସାମରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details