ଓଡିଶା

odisha

ETV Bharat / bharat

ମୃତ୍ୟୁ ପୂର୍ବରୁ ମିସାଇଲକୁ ନେଇ କିଛି ଏପରି କହିଥିଲେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କଲାମ - ମିଶାଇଲର ପୁନଃ ବ୍ୟବହାର ପ୍ରଣାଳୀ

ଆଜି ଭାରତୀୟ ମିସାଇଲ ମ୍ୟାନ୍ ଏପିଜେ ଅବଦୁଲ୍ କଲାମଙ୍କ  4ର୍ଥ ଶ୍ରାଦ୍ଧବାର୍ଷିକା । ଏହି ଅବସରରେ ତାଙ୍କୁ ମନେ ପକାଇ ଡିଆରଡିଓ ମୁଖ୍ୟ ସତିଶ୍ ରେଡ୍ଡୀ କଲାମଙ୍କୁ ସମ୍ପର୍କରେ ଏକ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି ମୃତ୍ୟୁର ଏକ ମାସ ପୂର୍ବରୁ କଲାମ ତାଙ୍କୁ  ମିସାଇଲର ପୁନଃବ୍ୟବହାର ପ୍ରଣାଳୀ ଉପରେ କାମ କରିବାକୁ କହିଥିଲେ ।

ଫାଇଲ ଫଟୋ

By

Published : Jul 27, 2019, 5:20 PM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ 4ର୍ଥ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ତାଙ୍କୁ ମନେ ପକାଇ ଡିଆରଡିଓ ମୁଖ୍ୟ ସତିଶ୍ ରେଡ୍ଡୀ କଲାମଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସହ କରିଥିବା ଏକ ଆଲୋଚନା ସମ୍ପର୍କରେ କହିଥିଲେ । ସେ କହିଥିଲେ ଯେ ନିଜ ମୃତ୍ୟୁ ମାସେ ପୂର୍ବରୁ କଲାମ ତାଙ୍କୁ ମିସାଇଲର ପୁନଃବ୍ୟବହାର ପ୍ରଣାଳୀ ଉପରେ କାମ କରିବାକୁ କହିଥିଲେ ।

ତେବେ ସତିଶ୍ ରେଡ୍ଡୀ ସେ ସମୟରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ। ତେବେ ସେ ବୈଜ୍ଞାନିକ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ କଲାମଙ୍କୁ ମୃତ୍ୟୁର ମାସେ ପୂର୍ବରୁ ତାଙ୍କ ନିବାସରେ ଭେଟିଥିଲେ। ଏହି ଆଲୋଚନାରେ ତାଙ୍କୁ ମିସାଇଲର ପୁନଃବ୍ୟବହାର ସମ୍ପର୍କରେ କହିଥିଲେ । ଯେଉଁ ମିସାଇଲ ପ୍ଲେଲୋଡକୁ ନେଇପାରୁଥିବା ସହ ପୁଣି ଅନ୍ୟ ଏକ ପ୍ଲେଲୋଡକୁ ପୁଣି ଥରେ ନେଇପାରିବାରେ ସକ୍ଷମ ହୋଇପାରୁଥିବ । ତେଣୁ ଏହିପରି ମିସାଇଲ ଉପରେ କାର୍ଯ୍ୟ କରିବାକୁ ସେ ମୋତେ ପରାମର୍ଶ ଦେଇଥିଲେ ।

ତେବେ 2012ରେ ଡିଆରଡିଓ ଥିବା ଭିକେ ସାରସ୍ୱତ ଗଣମାଧ୍ୟମକୁ କହିଥିଲେ ଯେ, ଭାରତରେ ପୁନଃବ୍ୟବହାର କରାଯିବା ଭଳି ମିସାଇଲ୍ ତିଆରି କରିବା ପାଇଁ ଯୋଜନା ଚଳାଇଛି ।

ABOUT THE AUTHOR

...view details