ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, 20 ଆସନରେ ମତଦାନ - jharakhand election

ଝାଡଖଣ୍ଡ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ 20 ଆସନରେ ଭୋଟ ଗ୍ରହଣ ହେବ । ନିର୍ବାଚନରେ 48,25,038 ଭୋଟର ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଥିବାବେଳେ 260 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି ।

jharakhand-election
jharakhand-election

By

Published : Dec 6, 2019, 11:45 PM IST

ରାଞ୍ଚି: ଝାଡଖଣ୍ଡରେ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । 7ଟି ଜିଲ୍ଲାର 20ଟି ବିଧାନସଭା ଆସନରେ ଆରମ୍ଭ ହେବ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନରେ 260 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି ।

ଶନିବାର ହେବାକୁ ଥିବା ନିର୍ବାଚନରେ ରାଜ୍ୟର 48,25,038 ମତଦାତା ମତଦାନ ପ୍ରକ୍ରିୟାରେ ସାମିଲ ହେଉଥିଲା ବେଳେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ସେପଟେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।

ଅନ୍ୟପଟେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ମୁତାବକ ଜମସେଦପୁର ପୂର୍ବ ଏବଂ ପଶ୍ଚିମୀ ଆସନରେ ସନ୍ଧ୍ୟା 5ଟା ପର୍ଯ୍ଯନ୍ତ ମତଦାନ ହେବ । ବାକି 18ଟି ଆସନରେ ଅପରାହ୍ଣ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ ।

ABOUT THE AUTHOR

...view details