ଓଡିଶା

odisha

ETV Bharat / bharat

‘ମଜବୁତ ଦେଶ ପାଇଁ ମଜବୁତ ନାଗରିକକୁ ଗୁରୁତ୍ବ’ - ନାଗରିକକୁ v

ବର୍ତ୍ତମାନର ସରକାର ମଜବୁତ ଦେଶ ଗଠନ ପାଇଁ ସଂକଳ୍ପ ବଦ୍ଧ । ସେଥିପାଇଁ ମଜବୁତ୍ ନାଗିରକ ମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଡ଼ିଜାଇନ୍ ଫଟୋ

By

Published : Jul 5, 2019, 12:04 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନା କରୁଛନ୍ତି ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସରକାରଙ୍କ ଅବଦାନକୁ ନେଇ ନିଜ ଅଭିଭାଷରେ ସେ କହିଛନ୍ତି, ବର୍ତମାନର ସରକାର ମଜବୁତ ଦେଶ ଗଠନ ପାଇଁ ସଂକଳ୍ପ ବଦ୍ଧ । ସେଥିପାଇଁ ମଜବୁତ୍ ନାଗିରକ ମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯାଇଛି ।


ଏବେ ଭାରତ ବିଶ୍ବରେ ଷଷ୍ଠ ବୃହତ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଦ୍ଭା ହୋଇଛି । ବିତ୍ତୀୟ ସୁରକ୍ଷାକୁ ବଜାୟ ରଖିବା ଆମ ସରକାର ପାଇଁ ବଡ ଚ୍ୟାଲେଞ୍ଜ । 2014ରେ ଆମ ସରକାର କ୍ଷମତାକୁ ଆସିଲାବେଳେ ଅର୍ଥନୀତି 1.85 ଟ୍ରିଲିଅନ ଡ଼ଲାର ଥିବାବେଳେ ପାଞ୍ଚବର୍ଷ ମଧ୍ୟରେ ଅଭିବୃଦ୍ଧି ଘଟି 2.7 ଟ୍ରିଲିଅନ ଡଲାରରେ ପହଁଞ୍ଚି ପାରିଛି ।


ଚଳିତ ବର୍ଷ ଅର୍ଥନୀତିକୁ 3 ଟ୍ରିଲିଅନ ଡଲାରରେ ପହଁଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଗାମୀ ପାଞ୍ଚ ବର୍ଷରେ ଏହାକୁ 5 ଟ୍ରିଲିଅନ ଡଲାରରେ ପହଞ୍ଚାଇବା ବର୍ତ୍ତମାନ ସରକାରର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details