ଓଡିଶା

odisha

ETV Bharat / bharat

3ମାସ କଳା କୋର୍ଟ ପିନ୍ଧିବେନି ଓକିଲ

ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରାଦେଶ। ସୂର୍ଯ୍ୟଙ୍କ ପ୍ରଖର କିରଣରେ ସମସ୍ତେ ଗରମରେ ସିଝୁଥିବାବେଳେ ଏହାକୁ ନେଇ ମଧ୍ୟପ୍ରଦେଶ ଓକିଲଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଆସନ୍ତା 3 ମାସ ପାଇଁ ଜିଲ୍ଲା ନ୍ୟାୟଳୟ ଏବଂ ତଳ କୋର୍ଟରେ ଓକିଲାତି କରିବାବେଳେ କଳା କୋର୍ଟ ପିନ୍ଧିବା ନିୟମରେ ପରବର୍ତ୍ତନ କରାଯାଇଛି। ସୋମବାର ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି।

By

Published : Apr 16, 2019, 7:11 AM IST

ପ୍ରତିକାତ୍ମକ ଫଟୋ

ଇନ୍ଦୋର: ଖରାରେ କଳା କୋର୍ଟ ପିନ୍ଧାରୁ ଓକିଲଙ୍କୁ ମିଳିଛି ନିସ୍ତାର। ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରାଦେଶ। ସୂର୍ଯ୍ୟଙ୍କ ପ୍ରଖର କିରଣରେ ସମସ୍ତେ ଗରମରେ ସିଝୁଥିବାବେଳେ ଏହାକୁ ନେଇ ମଧ୍ୟପ୍ରଦେଶ ଓକିଲଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆସନ୍ତା 3 ମାସ ପାଇଁ ଜିଲ୍ଲା ନ୍ୟାୟଳୟ ଏବଂ ତଳ କୋର୍ଟରେ ଓକିଲାତି କରିବାବେଳେ କଳା କୋର୍ଟ ପିନ୍ଧିବା ନିୟମରେ ପରବର୍ତ୍ତନ କରାଯାଇଛି । ସୋମବାର ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି ।

ରାଜ୍ୟ ଓକିଲ କାଉସିଲ ପକ୍ଷରୁ ତିନି ମାସ ପାଇଁ ସମସ୍ତ ଓକିଲ କଳାକୋର୍ଟରୁ ନିସ୍ତାର ମିଳିଛି । ଅତ୍ୟଧିକ ଗରମରୁ ବହୁଥିବା ଝାଳ ଓ ଅନ୍ୟ ସମସ୍ୟାକୁ ନଜରରେ ରଖି କଳାକୋର୍ଟ ପରିଧାନ ନିୟମ ଉପରେ ସାମାନ୍ୟ କୋହଳ କରାଯାଇଛି । ଏହି ନିୟମ ପ୍ରଦେଶର ନ୍ୟାୟଳୟରେ ଆସନ୍ତା ଜୁଲାଇ 15 ଯାଏଁ ରହିବ।

ଏହି ନିୟମରୁ ପାଖାପାଖି ପ୍ରଦେଶର 1ଲକ୍ଷ ଓକିଲଙ୍କୁ ଆସନ୍ତା 3 ମାସ ଯାଏଁ କୋର୍ଟ ପିନ୍ଧିବାକୁ ପଡିବ ନାହିଁ । ତେବେ ଏହି ସମୟ ଅବଧି ମଧ୍ୟରେ ଅଦାଲତରେ ଓକିଲଙ୍କୁ ଧଳାସାର୍ଟ ସହ କଳା, ଧଳା କିମ୍ବା ଧୂସର ରଙ୍ଗର ପ୍ୟାଣ୍ଟ ପିନ୍ଧିବାକୁ ପଡିବ । ଏହାସହ ସେମାନେ ବେକରେ ଧଳା ରଙ୍ଗର ଏକ ସ୍ବତନ୍ତ୍ର ପଟ୍ଟି ଯାହାକୁ ଏକିଲ ବାଣ୍ଡ ମଧ୍ୟ ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓକିଲଙ୍କୁ କଳା କୋର୍ଟ ପିନ୍ଧା ଯିବା ନିୟମରେ ସୁପ୍ରିମକୋର୍ଟ ଓ ହାଇକୋର୍ଟକୁ ବାଦ ଦିଆଯାଇଛି ।

ABOUT THE AUTHOR

...view details