ଓଡିଶା

odisha

By

Published : Dec 11, 2020, 10:00 PM IST

ETV Bharat / bharat

ଶହୀଦ ଭାଇର ଶେଷ ଇଚ୍ଛା ପୂରଣ କଲା ଭଉଣୀ, ଶଗଡ ଗାଡିରେ ଆସିଲା ବର

ଶହୀଦ ଭାଇର ଶେଷ ଇଚ୍ଛା ପୂରଣ କଲା ଭଉଣୀ । ଶଗଡ ଗାଡିରେ ଆସିଲା ବର । ଆଉ ପୌରାଣିକ ପରମ୍ପରାରେ ହେଲା ବାହାଘର । ଅଧିକ ପଢନ୍ତୁ....

To fulfill martyr brother's last wish, sister barat came in bullock cart in rajnandgaon
ଶହୀଦ ଭାଇର ଆଶା ପୂରଣ କଲା ଭଉଣୀ , ଶଗଡ ଗାଡିରେ ଆସିଲା ବର

ରାୟପୁର:ଭଉଣୀହାତରୁ ରାକ୍ଷୀ ବାନ୍ଧିବା ପରେ ତା’ର ସୁରକ୍ଷା ପାଇଁ ନିର୍ଭୟ ପ୍ରତିଶ୍ରୁତି ଦେଇଥାଏ ଭାଇ । ସବୁବେଳେ ପାଖେ ପାଖେ ରହି ସୁନା ଭଉଣୀକୁ ସୁଖ ଦୁଃଖରେ ସହାୟତା ପାଇଁ ପଣ କରିଥାଏ ଭାଇ । ଆଉ ଭଉଣୀ ଇଚ୍ଛା ପୂରଣ ପାଇଁ ହସି ହସି ସବୁକିଛି କରିଥାଏ ଭାଇ । ହେଲେ ଆଜି ଭାଇର ଶେଷ ଇଚ୍ଛା ପୂରା କରିଛି ତା’ ସୁନା ଭଉଣୀ । ଶହୀଦ ଭାଇର ଶେଷ ଇଚ୍ଛା ପୂରଣ କଲା ଭଉଣୀ । ଶଗଡ ଗାଡିରେ ସିନା, ବାହା ବେଦୀକୁ ଯାଇପାରିଲାନି ଭାଇ, ହେଲେ ଶଗଡ ଗାଡିରେ ଆସିଲା ଭାଉଣୀର ବର । ଆଉ ପୌରାଣିକ ପରମ୍ପରାରେ ବାହାଘର ବି ହେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ରାଜାନନ୍ଦଗାଓଁ ଜିଲ୍ଲାର ଅର୍ଜୁନିରେ । ଆଜିକାଲି ସାଧାରଣତଃ ବାହାଘରରେ ବର କାରରେ ଆସିଥାଏ । ହେଲେ ଶହୀଦ ପୂର୍ଣ୍ଣନନ୍ଦ ସାହୁଙ୍କର ଶେଷ ଇଚ୍ଛା ଥିଲା ସେ ବି ବର ହୋଇଯାଇଥାନ୍ତେ ଶଗଡ ଗାଡିରେ । କିନ୍ତୁ ତାଙ୍କର ଏ ଆଶା ସ୍ବପ୍ନରେ ରହିଗଲା ।

ଶହୀଦ ଭାଇର ଆଶା ପୂରଣ କଲା ଭଉଣୀ , ଶଗଡ ଗାଡିରେ ଆସିଲା ବର

କୋବ୍ରା 204 ବାଟାଲିୟନର ଚାକିରି କରୁଥିବା ପୂର୍ଣ୍ଣନନ୍ଦଙ୍କର ବିବାହ ସ୍ଥିର ହୋଇଥିଲା । ମାର୍ଚ୍ଚ ମାସରେ ତାଙ୍କର ବାହାଘର ବି ହୋଇ ଥାନ୍ତା ହେଲେ । ନକ୍ସଲଙ୍କ ବିରୋଧରେ ଲଢେଇ କରି ଟଳି ପଡିଲେ ବୀର ଯବାନ ପୂର୍ଣ୍ଣନନ୍ଦ । ହେଲେ ତାଙ୍କର ଏହି ସ୍ବପ୍ନକୁ ସାକାର କଲେ ଭଉଣୀ ଓନୀସା ।

ଓନୀଶାଙ୍କ ବାହାଘର ମଧ୍ୟ ପୌରାଣିକ ପରମ୍ପରାରେ ହୋଇଥିଲା । ବର ଶୈଳେନ୍ଦ୍ର ବରଯାତ୍ରୀ ସହ କନ୍ୟା ଘରେ 11ଟି ଶଗଡ ଗାଡିରେ ପହଞ୍ଚି ଥିଲେ । ଆଉ ବିଧି ମୁତାବକ ପରମ୍ପରା ଅନୁସାରେ, ତାଙ୍କର ବିବାହ 9 ତାରିଖରେ ମଧ୍ୟ ସମ୍ପନ୍ନ ହୋଇଛି । ତେବେ ଶୈଳେନ୍ଦ୍ର ବିଦେଶରେ ଚାକିରି କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details