ଚେନ୍ନାଇ: ପ୍ରବଳ ବର୍ଷାରେ କୋଏମ୍ବାଟୁରରେ ଭୁଶୁଡିଲା କୋଠା । ଫଳରେ 2 ଜଣଙ୍କ ମୃତ୍ୟୁ ହେବା ସହ 6 ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରବିବାର ରାତିରେ କୋଏମ୍ବାଟୁର ଜିଲ୍ଲାର ଚେଟିଭେଡି କେସି ଗାର୍ଡେନ ଅଞ୍ଚଳର ଭଞ୍ଜା(70)ଙ୍କ ଘର ଭୁଶୁଡି ପଡିଥିଲା ।
ପ୍ରଥମ ମହଲା ଅପ୍ରତ୍ୟାଶିତ ଭାବରେ ଖସି ପଡିବା ସମୟରେ ଭଞ୍ଜା, ତାଙ୍କ ଝିଅ କବିତା, ବୋହୂ ଶ୍ବତା(27) ଏବଂ ନାତି ତନଭୀର ସେହି ଚଟାଣରେ ଫସି ରହିଥିଲେ। ଘଟଣା ସମୟରେ ତଳ ମହଲାରେ ଥିବା ଅନ୍ୟ ତିନିଜଣ ନିରାପଦରେ ବାହାରକୁ ଆସିଥିଲେ। ପରେ, ପୁରା କୋଠା ଭୁଶୁଡି ପଡିବା ଦ୍ବାରା ଏଥିରେ ବୟସ୍କ ଦମ୍ପତି, କସ୍ତୁରୀ (60) ତାଙ୍କ ସ୍ବାମୀ ଗୋପାଳ (70) ଓ ପୁଅ ମାଣିକନ୍ଦନ (35) ଏବଂ ମନୋଜ (45)ଙ୍କ ସମେତ 8 ଜଣ ଆହତ ହେବା ସହ ଫସି ରହିଥିଲେ ।
ଏହି ଘଟଣା ବିଷୟରେ ଜାଣିବା ପରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭଞ୍ଜା ଏବଂ କବିତାଙ୍କୁ ଉଦ୍ଧାର କରାଯାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।