ଓଡିଶା

odisha

ETV Bharat / bharat

ତାମିଲନାଡୁ ରାଜଭବନରେ ପୁଣି କୋରୋନା, ସଙ୍ଗରୋଧରେ ରାଜ୍ୟପାଳ - Raj Bhavan staff test positive

ରାଜଭବନର 38 ଜଣ କର୍ମଚାରୀଙ୍କର କୋରୋନା ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 3 ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି ।

ରାଜ୍ୟପାଳ
ରାଜ୍ୟପାଳ

By

Published : Jul 29, 2020, 4:34 PM IST

ଚେନ୍ନାଇ: ତାମିଲନାଡୁ ରାଜଭବନରେ ପୁଣି ପ୍ରବେଶ କଲା କୋରୋନା । ରାଜଭବନର ଆଉ 3 ଜଣ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ଘଟଣାପରେ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଡାକ୍ତରୀ ପରାମର୍ଶକ୍ରମେ ସାତ ଦିନ ସଙ୍ଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜଭବନର 38 ଜଣ କର୍ମଚାରୀଙ୍କର କୋରୋନା ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 3 ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ତେବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି । ତେବେ ମଙ୍ଗଳବାର ରାଜ ଭବନ ମେଡିକାଲ ଅଧିକାରୀ ପୁରୋହିତଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଥିବା ମେଡିକାଲ ଅଧିକାରୀ କହିଥିଲେ। ତେବେ ଡାକ୍ତର ତାଙ୍କୁ ସାତ ଦିନ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ଜୁଲାଇ 23ରେ ରାଜଭବନରେ ନିୟୋଜିତ ଥିବା ସୁରକ୍ଷା ଏବଂ ଅଗ୍ନିଶମ ସେବା କର୍ମଚାରୀଙ୍କ ସମେତ 84 ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସେଠାରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିଙ୍କ ନିକଟରେ କୋରୋନା ସଂକ୍ରମଣର ଲକ୍ଷଣ ଦେଖାଇଥିବାରୁ 147 ଜଣଙ୍କର ପରୀକ୍ଷଣ କରାଯାଇଥିଲା। ସେଥିମଧ୍ୟରୁ 84 ଜଣ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ସଂକ୍ରମିତଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ପୁରୋହିତ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିନାହାଁନ୍ତି ବୋଲି ରାଜଭବନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଥିଲା ।

ଏହାପରେ କାର୍ଯ୍ୟାଳୟ ସମେତ ସମଗ୍ର ରାଜ ଭବନ ପରିସରକୁ ଗ୍ରେଟର ଚେନ୍ନାଇ କର୍ପୋରେସନ ଦ୍ୱାରା ସାନିଟାଇଜ କରାଯାଇଥିଲା।

ABOUT THE AUTHOR

...view details