ଓଡିଶା

odisha

ETV Bharat / bharat

ପୁଣି ତେଜିଲା ଫେସବୁକ ହେଟ୍ ସ୍ପିଚ୍ ମାମଲା: ଫେସବୁକକୁ ଚିଠି ଲେଖିଲା ଟିଏମସି

ଫେସବୁକ ହେଟ୍ ସ୍ପିଚ ବିବାଦ କିଛି ଦିନର ଶାନ୍ତି ପରେ ପୁଣି ତେଜିବାରେ ଲାଗିଛି । କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପରେ ବର୍ତ୍ତମାନ ତୃଣମୂଳ କଂଗ୍ରେସ ମଧ୍ୟ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛି । ଟିଏମସି ଅଭିଯୋଗ କରିଛି ଯେ ଫେସବୁକ ବିଜେପି ସପକ୍ଷରେ କାମ କରୁଛି ।

ଫେସବୁକକୁ  ଚିଠି ଲେଖିଲା ଟିଏମସି
ଫେସବୁକକୁ ଚିଠି ଲେଖିଲା ଟିଏମସି

By

Published : Sep 2, 2020, 2:00 PM IST

କୋଲକାତା: ଫେସବୁକ ହେଟ୍ ସ୍ପିଚ ବିବାଦ କିଛି ଦିନର ଶାନ୍ତି ପରେ ପୁଣି ତେଜିବାରେ ଲାଗିଛି । କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପରେ ବର୍ତ୍ତମାନ ତୃଣମୂଳ କଂଗ୍ରେସ ମଧ୍ୟ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛି । ଟିଏମସି ଅଭିଯୋଗ କରିଛି ଯେ ଫେସବୁକ ବିଜେପି ସପକ୍ଷରେ କାମ କରୁଛି । ଏହି ଚିଠିକୁ ଟିଏମସି 28 ଅଗଷ୍ଟରେ ଲେଖିଛି ଯେଉଁଥିରେ ଫେସବୁକ ବିଜେପି ସହ ମିଶିଥିବା ଅଭିଯୋଗ ହୋଇଛି । ଟିଏମସି ପୂର୍ବରୁ ମାର୍କ ଜୁକରବର୍ଗଙ୍କ କଂଗ୍ରେସକୁ ଏକ ଚିଠି ଲେଖି ଏହି ପ୍ରସଙ୍ଗ ଉଠାଯାଇଥିଲା।

ପ୍ରକାଶଥାଉକି, ବୁଧବାର ଆଇଟି ବ୍ୟାପାର ସଂସଦୀୟ କମିଟି ଫେସବୁକକୁ ଏକ ସମନ ପଠାଇଛି । ଏଥିରେ ଅତୀତର ହୋଇଥିବା ଖୁଲାସା ଉପରେ ଯାଞ୍ଚ କରାଯିବ । ତେବେ ଏପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ସଂସଦୀୟ ବୈଠକରେ ସାମିଲ ହେଉନଥିଲା କାରଣ ଦଳ କ୍ରମାଗତ ବୈଠକକୁ ଭର୍ଚୁଆଲ୍ କରିବାକୁ ଦାବି କରିଆସୁଥିଲା ।

ତେବେ ଆଜି(ବୁଧବାର) ଫେସବୁକ୍ ବିବାଦ ସହ ଜଡିତ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ତେଣୁ ଦଳ ପକ୍ଷରୁ ମହୁଆ ମୋଇତ୍ରା ଓ ନଦୀମୁଲ ହକ କମିଟି ବୈଠକରେ ଯୋଗଦେବେ । ଆଇଟି ବ୍ୟାପାର ସଂସଦୀୟ କମିଟି ଶଶି ଥରୁରଙ୍କ ନେତୃତ୍ବରେ ଅନୁଷ୍ଠିତ ହେବ ।

ପ୍ରକାଶଥାଉକି, ନିକଟରେ ଅନ୍ତର୍ଜାତୀୟ ଗଣମାଧ୍ୟମର କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ଫେସବୁକ୍ ଭାରତର ନୀତି ନିର୍ମାତା ଆଙ୍ଖୀ ଦାସ ଅନେକ କ୍ଷେତ୍ରରେ ଭାରତୀୟ ଜନତା ଦଳର ନେତାମାନଙ୍କୁ ଛାଡ ଦେଉଛନ୍ତି । ହେଟସ୍ପିଚକୁ ନେଇ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି କାରଣରୁ କଂଗ୍ରେସ ତରଫରୁ ଜୁକରବର୍ଗଙ୍କୁ ଚିଠି ଲେଖି ତାଙ୍କୁ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି ।

ABOUT THE AUTHOR

...view details