ଓଡିଶା

odisha

ବିଜେପି ସାଂସଦଙ୍କ ଗାଡ଼ିକୁ ଟିଏମସି କର୍ମୀଙ୍କ ବୋମାମାଡ଼ !

ପୁଣିଥରେ ବିଜେପି ସାଂସଦଙ୍କ ଗାଡ଼ି ଉପରକୁ ଟିଏମସି କର୍ମୀ ଆକ୍ରମଣ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଂସଦ ଅର୍ଜୁନ ସିଂହ ନିଜ ବାସଭବନକୁ ଫେରୁଥିବା ବେଳେ ଟିଏମସି କର୍ମୀ ଗାଡ଼ି କାର ଉପରକୁ ବୋମା ଓ ଇଟା ମାଡ଼ କରିଥିବା ଅଭିଯୋଗ ।

By

Published : Dec 15, 2019, 9:54 AM IST

Published : Dec 15, 2019, 9:54 AM IST

bjp MPS
bjp MPS

କୋଲକାତା: ପଶ୍ଚିମବଙ୍ଗରେ ଥମିବାର ନାଁ ନେଉନାହିଁ ରାଜନୈତିକ ହିଂସା । ପୁଣିଥରେ ବିଜେପି ସାଂସଦଙ୍କ ଗାଡ଼ି ଉପରକୁ ଟିଏମସି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦଗଦ୍ଦଲପୁର ସାଂସଦ ଅର୍ଜୁନ ସିଂହ ଘରକୁ ଫେରୁଥିବା ବେଳେ ଟିଏମସି କର୍ମୀ ଇଟା ଏବଂ ବୋମା ମାଡ଼ କରିଥିଲେ । ଫଳରେ ଗାଡ଼ିର ଅନେକାଂଶ ଭାଙ୍ଗି ଯାଇଥିବାବେଳେ ସାଂସଦ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି ।

ଏନେଇ ସାଂସଦ ଅର୍ଜୁନ ସିଂହ ଥାନାରେ ଅଭିଯୋଗ କରିବା ପରେ ଖବର ସାମ୍ନାକୁ ଆସିଥିଲା । ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ପୋଲିସ ରାପିଡ ଆକ୍ସନ ଫୋର୍ସକୁ ନିର୍ଦ୍ଦେଶ ଦେଇଛି । ଏହି ହମଲା ପାଇଁ ଅର୍ଜୁନ ସିଂହ ସିଧାସଳଖ ଟିଏମସିକୁ ଟାର୍ଗେଟ କରିଛନ୍ତି । ମୋ କାର ଉପରକୁ ଟିଏମସି ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି । ଇଟା, ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହି ସମୟରେ ଗାଡ଼ି ବାହାରକୁ ବାହାରି ଦେଖେ ତ ଜଣେ ଲୋକ ତଳେ ପଡ଼ି ରହିଛି । ଯାହାର ନାମ ଗଣେଶ ସିଂହ । ମଦ ପିଇ ମାତାଲ ଥିବା ଏହି ବ୍ୟକ୍ତି ଜଣଙ୍କ ହଠାତ ମୋ କାର ଉପରକୁ ବୋମା ଫିଙ୍ଗିଥିବା ନେଇ ସେ କହିଛନ୍ତି ।

ପଶ୍ଚିମବଙ୍ଗରେ ବର୍ତ୍ତମାନ ଆଇନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିଛି । ଯଥାଶୀଘ୍ର ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ସାଂସଦ ଅର୍ଜୁନ ସିଂହ । ସୂଚନା ମୁତାବକ ଗତ ସାଧାରଣ ନିର୍ବାଚନ ଠାରୁ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ଜଟିଳ ହେବାରେ ଲାଗିଛି । ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ବାରମ୍ବାର ମାରପିଟ ଓ ହତ୍ୟା ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

ABOUT THE AUTHOR

...view details