ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଉପରେ ଟିଏମସି ସାଂସଦ ମହୁଆ ମୋଇତ୍ର ତୀବ୍ର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଉତ୍ତର କୋରିଆର ପୂର୍ବତନ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ-ଇଲଙ୍କ ଝଲକ ଦେଖିବାକୁ ମିଳୁଛି ।
ମହୁଆ କହିଛନ୍ତି ଯେ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଶୁଣୁଛି। ମୁଁ ଉତ୍ତର କୋରିଆର ପୂର୍ବତନ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଇଲ, ‘ଜୁଚେ’ର ଆଦର୍ଶକୁ ମନେ ପକାଉଛି। ସେ କହିଛନ୍ତି ଯେ ଜୁଚେ ଉତ୍ତର କୋରିଆର ଏକ ମୂଳ ବିଚାରଧାରା। ଏହାର ଅର୍ଥ ହେଉଛି ଉତ୍ତର କୋରିଆ ଏକ ଦେଶ ଭାବରେ ଅଲଗା ହେବା ଉଚିତ ଓ ବିଶ୍ବରୁ ବିଚ୍ଛିନ୍ନ ହେବା ଉଚିତ୍।