ଓଡିଶା

odisha

ETV Bharat / bharat

ମାଙ୍ଗାଲୁରୁ ହିଂସା: ମୃତକଙ୍କ ପରିବାରକୁ ଟିଏମସି ଦେଲା 5ଲକ୍ଷ ଟଙ୍କା - mangaluru violence

ନାଗରିକତା ସଂଶୋଧନ ଆଇନକୁ ନେଇ ମାଙ୍ଗାଲୁରୁରେ ହୋଇଥିବା ହିଂସା ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା 2 ପ୍ରଦର୍ଶନକାରୀଙ୍କ ପରିବାରକୁ ଭେଟି 5 ଲକ୍ଷ ଟଙ୍କା ଦେଲେ ଟିଏମସି ପ୍ରତିନିଧିମଣ୍ଡଳ । ଅଧିକ ପଢନ୍ତୁ...

mangaluru violence
ମାଙ୍ଗାଲୁରୁ ହିଂସା: ମୃତକଙ୍କ ପରିବାରକୁ ଟିଏମସି ଦେଲା 5ଲକ୍ଷ ଟଙ୍କା

By

Published : Dec 28, 2019, 2:06 PM IST

ମାଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଛି । ଏପରି ସ୍ଥିତିରେ ସବୁ ଦଳ ପ୍ରଦର୍ଶନରୁ ରାଜନୈତିକ ଲାଭ ଉଠାଇବାକୁ ପଛଘୁଞ୍ଚା ଦେଇ ନାହାଁନ୍ତି । ଗୋଟିଏ ପକ୍ଷେ ହିଂସା ନେଇ କିଛି ଦଳ ପୋଲିସକୁ ଟାର୍ଗେଟ କରୁଥିବାବେଳେ ଅନ୍ୟପକ୍ଷେ ସହୟତା ରାଶି ଘୋଷଣାର ପ୍ରକ୍ରିୟା ଜାରି ରହିଛି । ଶନିବାର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମାଙ୍ଗାଲୁରୁ ପହଞ୍ଚି ହିଂସାରେ ମୃତ 2 ପ୍ରଦର୍ଶନକାରୀଙ୍କୁ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା ପ୍ରଦାନ କରିଛନ୍ତି ।

ମାଙ୍ଗାଲୁରୁ ହିଂସା: ମୃତକଙ୍କ ପରିବାରକୁ ଟିଏମସି ଦେଲା 5ଲକ୍ଷ ଟଙ୍କା

ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଚାଲିଥିବା ପ୍ରଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତ ପ୍ରଦର୍ଶନକାରୀଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଥଲେ । ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଧ୍ୟ ମୃତ ପ୍ରଦର୍ଶନକାରୀଙ୍କ ପରିଜନଙ୍କୁ 10 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥଲେ ।

ABOUT THE AUTHOR

...view details