ଓଡିଶା

odisha

ETV Bharat / bharat

ଟିଏମସିକୁ ପୁଣି ଝଟକା, ହାତରୁ ଖସିଲା ଦାର୍ଜିଲିଂ ନଗର ନିଗମ

ମମତାଙ୍କ ତୃଣମୂଳ କଂଗ୍ରେସକୁ ପୁଣି ଥରେ ଝଟକା ଲାଗିଛି । ଦାର୍ଜିଲିଂ ନଗର ପାଳିକାର 17 ଜଣ ଟିଏମସି କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି । ପ୍ରଦେଶ ବିଜେପି ନେତା ମୁକୁଲ ରାୟଙ୍କ ଉପସ୍ଥିତିରେ ଏହି କାଉନସିଲରମାନେ ମମତାଙ୍କ ହାତ ଛାଡି ବିଜେପିର ସଦସ୍ୟତା ଗ୍ରହଣ କରିଛିନ୍ତି ।

ଫାଇଲ ଫଟୋ

By

Published : Jun 9, 2019, 9:31 AM IST

Updated : Jun 9, 2019, 12:21 PM IST

କୋଲକାତା: ଶୀତଳ ମନୋରମ ପରିବେଶ, ପ୍ରାକୃତିକ ପରିବେଶ ପାଇଁ ବେଶ ଜଣାଶୁଣା ଦାର୍ଜିଲିଂରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ମମତାଙ୍କ ତୃଣମୂଳ କଂଗ୍ରେସକୁ ପୁଣି ଥରେ ଝଟକା ଲାଗିଛି ।

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର 42 ଲୋକସଭା ଆସନରୁ 18ଟି ଆସନ ଜିତି ସମସ୍ତଙ୍କୁ ଚକ୍କିତ କରିବା ପରେ ମିସନ ବିସ୍ତାର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ବିଜେପିରେ ଦାର୍ଜିଲିଂ ନଗର ପାଳିକାର 17 ଜଣ ଟିଏମସି କାଉନସିଲର ସାମିଲ ହୋଇଛନ୍ତି । ଟିଏମସିର ଗୋଟିଏ ପରେ ଗୋଟିଏ ନେତା ବିଜେପିରେ ସାମିଲ ହେଉଥବା ବେଳେ ଧିରେଧିରେ ତୃଣମୂଳର ମୂଳୋତ୍ପାଟନ ହେଉଥିବା ପରିଲକ୍ଷିତ ହେଉଛି ।

ନଗର ନିଗମର 30ରୁ 17 କାଉନସିଲର ବିଜେପିରେ ସାମିଲ ହେବା ପରେ ଟିଏମସି ଅଧିନରେ ଥିବା ଦାର୍ଜିଲିଂ ଏବେ ବିଜେପି କବ୍‌ଜାକୁ ଚାଲିଆସିଛି । ଲୋକସଭା ନିର୍ବାଚନ ପରେ ଦାର୍ଜିଲିଂ ଏବେ ତୃତୀୟ ନଗରନିଗମ ଯାହାକି ଏବେ ବିଜେପି ଦ୍ବାରା ଶାସିତ ହେବ । ପୂର୍ବରୁ ଭାଟପାରା ଓ ନଇହାଟୀ ନଗର ନିଗମକୁ ନିଜ ଅକ୍ତିଆରକୁ ନେଇ ସାରିଛି ।

କେବେ ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିବା ପ୍ରଦେଶ ବିଜେପି ନେତା ମୁକୁଲ ରାୟଙ୍କ ଉପସ୍ଥିତିରେ ଏହି କାଉଁସିଲରମାନେ ମମତାଙ୍କ ହାତ ଛାଡି ବିଜେପିର ସଦସ୍ୟତା ଗ୍ରହଣ କରିଛିନ୍ତି । ଦାର୍ଜିଲିଂ ନଗର ପାଳିକାରେ ଏବେ ବିଜେପିର ବହୁମତ ଥିବା ବେଳେ ଟିଏମସି କାଉନସିଲରମାନେ ପଦ୍ମ ଧରିବା ସିନେମାର କେବଳ ଟ୍ରେଲର ଥିଲା ବୋଲି ଶର୍ମା କହିଛନ୍ତି । ଏବେବି ଅନେକ ଟିଏମସି ନେତା ବିଜେପିର ସମ୍ପର୍କରେ ଥିବାନେଇ ମୁକୁଲ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଭଟପାରା ଓ ନୈହାଟୀ ନଗର ନିଗମ ବିଜେପି ହାତକୁ ଆସି ସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏଠାରେ ବିଜେପିର ନବ ନିର୍ବାଚିତ ମେୟର ନିଯୁକ୍ତି ନକରି ପ୍ରଶାସକଙ୍କୁ ବସାଇ ରଖିଛନ୍ତି । ବର୍ତ୍ତମାନ ଦାର୍ଜିଲିଂ ନଗର ନିଗମର ମେୟର ତୃଣମୂଳ ସମର୍ଥକ ବିନୟ ତମାଙ୍ଗ ଅଛନ୍ତି ।

Last Updated : Jun 9, 2019, 12:21 PM IST

ABOUT THE AUTHOR

...view details