ମୁମ୍ବାଇ: ଅସମ୍ଭାଳ ହେଉଛି ମହାରାଷ୍ଟ୍ରର ସ୍ଥିତି । ମୁଷଳ ଧାରାରେ ବର୍ଷା ରଚୁଛି ମୃତ୍ୟୁର ତାଣ୍ଡବ। ବୁଧବାର ରତ୍ନଗିରି ସ୍ଥିତ ତିୱାରୀ ଡ୍ୟାମ ଭୁଶୁଡି ପଡିଥିବାବେଳେ 11 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସେପଟେ ଡ୍ୟାମ ତଳେ ଥିବା 7ଟି ଗାଁରେ ବନ୍ୟା ଆସିବାରୁ 13 ଜଣ ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଜିଲ୍ଲା ପ୍ରଶାସନକୁ ଘଟଣା ବିଷୟରେ ଖବର ମିଳିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଅପରେସନ ଆରମ୍ଭ କରିଥିବା ବେଳେ ପ୍ରଥମେ 2 ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା 11କୁ ଛୁଇଁଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛି ।