ତିରୁପତି: କୋରୋନା ପ୍ରଭାବ ଯୋଗୁଁ ତିରୁମାଲା ବାଲାଜୀ ଦର୍ଶନ ଏକ ସପ୍ତାହ ପାଇଁ ବନ୍ଦ କରାଗଲା | ଏନେଇ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।
ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ବାଲାଜୀ ମନ୍ଦିରକୁ ମହାମାରୀ କୋରୋନାର ପ୍ରଭାବ ଯୋଗୁଁ ଭକ୍ତଙ୍କୁ ଦର୍ଶନକୁ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି । ଦିନକୁ ଦିନ କୋରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବାଲାଜୀ ସ୍ବାମୀଙ୍କୁ କରାଯାଉଥିବା ସମସ୍ତ ନୀତିକାନ୍ତି କରାଯିବ । ଏ ନେଇ ମନ୍ଦିର କର୍ତ୍ତୁପକ୍ଷ ସମସ୍ତ ସୂଚନା ଦେଇଛନ୍ତି । ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସାମୟିକ ଭାବରେ ବନ୍ଦ କରାଯାଇଛି ପରବର୍ତ୍ତି ନିର୍ଦେଶ ପରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯିବ ।