ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସିଏଏ, ଏନଆରସି ଓ ଏପିଆରକୁ ନେଇ ବିରୋଧ ଦେଖାଦେଇଥିବାବେଳେ ଏନଆରସି ସାରା ଦେଶରେ ଲାଗୁ ହେବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛି ଗୃହ ମନ୍ତ୍ରଣାଳୟ ।
ଲୋକସଭାରେ ଏନେଇ ହୋଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ‘ଏଯାବତ ଭାରତ ସରକାର ସାରା ଦେଶରେ ଏନଆରସି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇ ନାହାଁନ୍ତି’।