ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୈତିକ ଇତିହାସରେ ନିର୍ବାଚନ ପରେ କୌଣସି ମେଣ୍ଟ ସରକାର ପୁରା କରି ପାରିନାହାଁନ୍ତି ନିଜ କାର୍ଯ୍ୟକାଳ । ଏବେ ସୁଦ୍ଧା କେବଳ 3 ମୁଖ୍ୟମନ୍ତ୍ରୀ ନିଜ 5 ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି । 1962ରେ ଏସ୍ ନିଜାଲିଙ୍ଗାପା ଶାସନ କ୍ଷମତାକୁ ଆସିବା ପରେ ନିଜ 5 ବର୍ଷର କାର୍ଯ୍ୟକାଳ ପୁରା କରିଥିଲେ । ଏହାପରେ 1972ରେ ଡି ଦେବରାଜ ଉର୍ସ ପୁରା 5 ବର୍ଷ ସରକାର ଚଳାଇବାରେ ସକ୍ଷମ ହୋଇଥିଲେ । ଆଉ ତାଙ୍କ ପରେ ସିଦ୍ଧାରମୈୟା ନିଜ ସରକାରକୁ 5 ବର୍ଷ ପର୍ଯ୍ୟନ୍ତ ଚଳାଇ ପାରିଥିଲେ ।
କର୍ଣ୍ଣାଟକ: ଏବେ ସୁଦ୍ଧା କେବଳ 3 ମୁଖ୍ୟମନ୍ତ୍ରୀ ପୁରା କରିଛନ୍ତି ନିଜ କାର୍ଯ୍ୟକାଳ - karnataka cm complete their working-period
କର୍ଣ୍ଣାଟକରେ ଏବେ ସୁଦ୍ଧା କେବଳ 3 ମୁଖ୍ୟମନ୍ତ୍ରୀ ନିଜ 5 ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି ।
ଫାଇଲ ଫଟୋ
ତେବେ ଏହି 3ଟିଯାକ ମୁଖ୍ୟମନ୍ତ୍ରୀ କଂଗ୍ରେସର । ବିଜେପି କିମ୍ବା କଂଗ୍ରେସରୁ ଗୋଟିଏ ହେଲେ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି । କର୍ଣ୍ଣାଟକର 20 ବର୍ଷର ରାଜନୀତିରେ 2 ଥର ଖଣ୍ଡ ଜନାଦେଶ ଆସିଥିଲା । 4 ଥର ମେଣ୍ଟ ସରକାର ଗଠନ ହୋଇଥିଲା । 6 ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।
TAGGED:
karnataka crises