ଅହମ୍ମଦାବାଦ: ଜୁନ 30 ରେ, ଭାରତ ସରକାରଙ୍କ ପକ୍ଷରୁ ବହୁ ଲୋକପ୍ରିୟ ଟିକଟକ ଆପ୍ କୁ ଭାରତରେ ନିଷେଧ କରାଯାଇଛି । ତେବେ ବ୍ୟାନ ପରେ ବି ପୁଣିଥରେ ଏହି ଆପ୍ ସମସ୍ତଙ୍କ ଆଢୁଆଳରେ ଭାରତରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଏଥର ଆପ୍ ଷ୍ଟୋର୍ କିମ୍ବା ଗୁଗୁଲ୍ ପ୍ଲେଷ୍ଟୋର ବଦଳରେ ଏହାକୁ ଏକ ସ୍ବତନ୍ତ୍ର ଲିଙ୍କ୍ ମାଧ୍ୟମରେ ବ୍ରାଉଜରରୁ ସିଧାସଳଖ ଡାଉନଲୋଡ୍ କରାଯାଉଛି । ଏହି ଲିଙ୍କ କେବଳ ବଛାବଛା କିଛି ମୋବାଇଲ ଫୋନକୁ ପଠାଯାଉଛି ।
ଗୁଜୁରାଟ ଅହମ୍ମଦାବାଦରେ ରହୁଥିବା ଅନେକ ଲୋକ ମଧ୍ୟ ଏହି ଆପ୍ ବ୍ୟାନ ସତ୍ତ୍ୱେ ଡାଉନଲୋଡ କରିଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ୟୁଜର୍ସଙ୍କ ଫୋନରେ ଡାଉନଲୋଡ ଏବଂ ଆକ୍ଟିଭେଟ ହେବା ଦେଖି ଏହାକୁ ଯାଞ୍ଚ କରାଯିବା ପରେ ସାଇବର ବିଶେଷଜ୍ଞ, ଏଥିକଲ ହ୍ୟାକର୍ସ ଏବଂ ସାଇବର ପୋଲିସ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ।
ଯାହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଟିକଟକ୍ ଆପ ହୁଏତ କୌଣସି ତୃତୀୟ ପାର୍ଟି ସାହାଯ୍ୟରେ ଏଭଳି କରାଯାଇ ଥାଇପାରେ । ଯାହାକୁ ତୁରନ୍ତ ସରକାରୀ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।