ଓଡିଶା

odisha

ETV Bharat / bharat

ଭାରତରେ ବ୍ୟାନ ହେବା ପରେ ବେଜିଂଠୁ ଦୁରେଇଲା ଟିକଟକ୍ - ବେଜିଂଠୁ ଦୁରେଇଲା ଟିକଟକ୍

ଭାରତରେ 59 ଟି ଚାଇନିଜ୍ ଆପ୍ ନିଷେଧ ହେବା ପରେ ଟିକଟକ୍ ବେଜିଂ ଠାରୁ ନିଜକୁ ଦୂରେଇ ରଖୁଛି। ଭାରତରେ ବ୍ୟାନ ହେବା ପରେ ବାରମ୍ବାର ସ୍ପଷ୍ଟୀକରଣ ଦେଉଛି ଟିକଟକ୍ ।

ଟିକଟକ୍
ଟିକଟକ୍

By

Published : Jul 4, 2020, 9:40 PM IST

ନୂଆଦିଲ୍ଲୀ: ଭାରତରେ 59ଟି ଚାଇନିଜ୍ ଆପ୍ ନିଷେଧ ହେବା ପରେ ଟିକଟକ୍ ବେଜିଂ ଠାରୁ ନିଜକୁ ଦୂରେଇ ରଖୁଛି । ଟିକଟକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ମେୟର୍ 28 ଜୁନରେ ସରକାରଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଚୀନ ସରକାର କେବେବି ୟୁଜର୍ସଙ୍କ ତଥ୍ୟ ମାଗି ନାହାଁନ୍ତି । ଯଦିଓ ତଥ୍ୟ ମାଗାଯାଏ ତେବେ କମ୍ପାନୀ ସେପରି କୌଣସି ସୂଚନା ଦେବ ନାହିଁ।

ଟିକଟକ୍

ଚାଇନାର କମ୍ପାନୀ ବାଇଟଡାନ୍ସର ମାଲିକାନାରେ ଥିବା ଟିକଟକ୍ ଏକ ସ୍ବଳ୍ପ ଭିଡିଓ ଆପ୍ ଚୀନରେ ଉପଲବ୍ଧ ନାହିଁ। ବିଶ୍ବ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଚୀନରୁ ଦୂରେଇ ରହିବାକୁ ଚାହୁଁଛି। ମେୟର ସରକାରଙ୍କୁ ଲେଖିଥିବା ଏକ ପତ୍ରରେ ଲେଖିଛନ୍ତି ଯେ ମୁଁ ନିଶ୍ଚିତ କରୁଛି ଯେ ଚୀନ ସରକାର ଆମଠାରୁ ଭାରତୀୟ ୟୁଜର୍ସଙ୍କ ଟିକଟକ୍ ତଥ୍ୟ ମାଗି ନାହାଁନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭାରତୀୟ ୟୁଜର୍ସଙ୍କ ତଥ୍ୟ ସିଙ୍ଗାପୁରର ସର୍ଭରରେ ସୁରକ୍ଷିତ ଅଛି। ଭବିଷ୍ୟତରେ ଯଦି କେହି ତଥ୍ୟ ମାଗେ ତେବେ ଆମେ ତାହା ପୂରଣ କରିବୁ ନାହିଁ ।

ଆସନ୍ତା ସପ୍ତାହରେ ସରକାର ଓ କମ୍ପାନୀ ମଧ୍ୟରେ ବୈଠକ ପୂର୍ବରୁ କମ୍ପାନୀ ଏହି ଚିଠି ପଠାଇଛି । ଅନ୍ୟପକ୍ଷେ ଏହି ବ୍ୟାନ ଖୁବ ଶୀଘ୍ର ହଟିପାରେ ବୋଲି ସୂଚନା ମିଳୁଛି । ତେବେ ଆଇନ ଅନୁଯାୟୀ ଏହାକୁ ଜିତିବା ବି ସମ୍ଭବ ନୁହେଁ କାରଣ ସରକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details