ଓଡିଶା

odisha

ETV Bharat / bharat

ଭାରତରେ ଟିକଟକ୍ ବ୍ୟାନର ପ୍ରଭାବ: କମ୍ପାନୀର ଦୈନିକ କ୍ଷତି 5ଲକ୍ଷ ଡଲାର

ବ୍ୟାନ ହେବା ପରେ କମ୍ପାନୀର ଦୈନିକ 5 ଲକ୍ଷ ଡଲାର କ୍ଷତି ହୋଇଥିବା ଚାଇନାର ଟେକ୍ନୋଲୋଜି କମ୍ପାନୀ ବାଇଟ୍ ଡ୍ୟାନ୍ସ ପ୍ରକାଶ କରିଛି । ଏହାସହ କମ୍ପାନୀରୁ କର୍ମଚାରୀମାନଙ୍କ ଛଟେଇ ପରିସ୍ଥିତି ସୃଷ୍ଟି ହୋଇଥିବା କଥା କମ୍ପାନୀ କହିଛି ।

By

Published : Apr 24, 2019, 2:39 AM IST

ଫଟୋ ସୌଜନ୍ୟ: ସୋସିଆଲ୍ ମିଡିଆ

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଭିଡିଓ ଆପ ଟିକଟକ୍ ବ୍ୟାନ ହୋଇଛି । ବ୍ୟାନ ହେବା ପରେ କମ୍ପାନୀର ଦୈନିକ 5 ଲକ୍ଷ ଡଲାର କ୍ଷତି ହୋଇଥିବା ଚାଇନାର ଟେକ୍ନୋଲୋଜି କମ୍ପାନୀ ବାଇଟ୍ ଡ୍ୟାନ୍ସ ପ୍ରକାଶ କରିଛି । ଏହାସହ କମ୍ପାନୀରୁ କର୍ମଚାରୀମାନଙ୍କ ଛଟେଇ ପରିସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ କମ୍ପାନୀ ସୂଚନା ଦେଇଛି ।

ଟିକଟକ୍ ଭାରତରେ ବେଶ୍ ସକ୍ରିୟ ରହିଥିଲା । ଭାରତରେ ଏହାର 300 ମିଲିୟନରୁ ଉର୍ଦ୍ଧ୍ବ ବ୍ୟବହାରକାରୀ ରହିଥିଲେ । ମାତ୍ର କେତେକ ଭିଡିଓରେ ଯୁବପୀଢିମାନଙ୍କ ଭିତରେ ଅଶ୍ଳୀଳତାର ପ୍ରଚାର କରାଯାଉଥିବାର ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା । ଏହାକୁ ବିଚାର କରି ମାଡ୍ରାସ ହାଇକୋର୍ଟ ଅଗ୍ରହଣୀୟ ବୋଲି ମତ ଦେବା ସହ ପ୍ରସାରଣକୁ ଭାରତରେ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭାରତରେ ଅଶ୍ଲୀଳତା ପ୍ରଚାର କରୁଥିବାରୁ ଟିକଟକ୍ ଉପରେ ଏହି ବ୍ୟାନ୍ ଲଗା ଯାଇଥିବା ହାଇକୋର୍ଟ କହିଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ହସ୍ତକ୍ଷେପ ଫଳରେ ଆପଲ ଓ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ଏହାକୁ ହଟାଇ ଦେଇଛନ୍ତି । ଫଳରେ କମ୍ପାନୀର ଏହି କ୍ଷତି ହୋଇଥିବା ବାଇଟ୍ ଡ୍ୟାନ୍ସ କହିଛି ।

For All Latest Updates

ABOUT THE AUTHOR

...view details