ଓଡିଶା

odisha

ETV Bharat / bharat

ଦିଲ୍ଲୀ ପୋଲିସକୁ ଟିକାୟତଙ୍କ ପ୍ରଶ୍ନ ,‘ପୋଲିସ କାହିଁକି ଚଳାଇଲା ନାହିଁ ଗୁଳି ’ - କୃଷକ ହିଂସାରେ ନେତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀରେ କୃଷକ ହିଂସା ପ୍ରସଙ୍ଗରେ ବିଭିନ୍ନ ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ ପରେ ମୁହଁ ଖୋଲିଲେ ଚାଷୀ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସକୁ ଟିକାୟତଙ୍କ ପ୍ରଶ୍ନ , ‘ପୋଲିସ କାହିଁକି ଚଳାଇଲା ନାହିଁ ଗୁଳି ’
ଦିଲ୍ଲୀ ପୋଲିସକୁ ଟିକାୟତଙ୍କ ପ୍ରଶ୍ନ , ‘ପୋଲିସ କାହିଁକି ଚଳାଇଲା ନାହିଁ ଗୁଳି ’

By

Published : Jan 28, 2021, 6:36 PM IST

ନୂଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ କୃଷକ ହିଂସା ପ୍ରସଙ୍ଗରେ ବିଭିନ୍ନ ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ ପରେ ମୁହଁ ଖୋଲିଲେ ଚାଷୀ ନେତା ରାକେଶ ଟିକାୟତ । ରାକେଶ କହିଛନ୍ତି ତାଙ୍କୁ ପୋଲିସ ତତରଫରୁ ନୋଟିସ ଜାରି କରାଯାଇଛି । ମୁଁ ନୋଟିସକୁ ଅନୁଧ୍ୟାନ କରୁଛି । ତେବେ ଉତ୍ତର ରଖିବା ପାଇଁ 3 ଦିନ ଥିବାରୁ ତାହା ଉପରେ ବିଚାର ବିମର୍ଶ କରୁଛି । ମୁଁ ଉଚିତ ସମୟରେ ମୋ ଉତ୍ତର ରଖିବି ବୋଲି ମଧ୍ୟ ସେ ଉତ୍ତର ରଖିଛନ୍ତି ।

ଦଙ୍ଗା ବାବଦରେ ସେ ଉତ୍ତର ରଖି କହିଛନ୍ତି, ପୋଲିସ ଦ୍ବାରା ଆମକୁ ମିଳିଥିବା ରୋଡ ଅନୁମତିରେ ଆମେ ରାଲି ବାହାର କରିଥିଲୁ । କିନ୍ତୁ ପରେ ପୋଲିସ ଉକ୍ତ ରାସ୍ତାକୁ ବାରିକେଡ କରି ଆମକୁ ରୋକିବାକୁ ଚେଷ୍ଟା କରିଥିଲା । ପରେ କୃଷକ ମାନେ ପ୍ରତିକ୍ରିୟା ଶୀଳ ହୋଇଥିଲେ।

ସେହିପରି ଲାଲକିଲ୍ଲାରେ ପତାକା ଉଡାଇବା ଘଟଣାରେ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପତାକା ଉଡାଇଥିବା ବ୍ୟକ୍ତି କୃଷକ ସଂଗଠନର ସଦସ୍ୟ ନୁହନ୍ତି । ଯେତେବେଳେ ଉକ୍ତ ଯୁବକ ଜଣଙ୍କ ପତାକା ଉଡାଇାବା ପାଇଁ ଲାଲକିଲ୍ଲା ଉପରକୁ ଚଢିଲା ସେତେବେଳେ ପୋଲିସ କାହିଁକି ତା ଉପରେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଟିକାୟତ । ପୋଲିସ ଉପସ୍ଥିତ ଥିବା ସତ୍ତ୍ବେ କାହିଁକି ଉକ୍ତ ଯୁବକ ଉପରେ ଗୁଳି ଚଳାଇଲା ନାହିଁ ବୋଲି କହି ସେ ପୋଲିସର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details