ଓଡିଶା

odisha

By

Published : Aug 14, 2020, 4:27 PM IST

ETV Bharat / bharat

ରାତି ପାହିଲେ ଅଗଷ୍ଟ 15, ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାତି ପାହିଲେ ଅଗଷ୍ଟ 15 । ଏନେଇ ଜାମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

tight security arrangements in srinagar
ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଶ୍ରୀନଗର: ରାତି ପାହିଲେ ଅଗଷ୍ଟ 15 । ଏନେଇ ଜମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶୁକ୍ରବାର ସକାଳେ ଶ୍ରୀନଗର ଉପକଣ୍ଠ ନୋଗାମରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପଟେ ଶନିବାର ସ୍ବାଧୀନତା ଦିବସ ପାଳନ ପାଇଁ ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରମୁଖ ତଥା ସମ୍ବେଦନଶୀଳ ସ୍ଥାନରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇ ଥିବାବେଳେ ଅଗଷ୍ଟ 15ରେ ମାଓବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଏକ ଗୁପ୍ତଚର ସଂସ୍ଥା ପ୍ରକାଶ କରିଛି।

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଏହାକୁ ଦୃଷ୍ଟିରେ ରଖି ଶେର-ଇ-କାଶ୍ମୀର ଷ୍ଟାଡିୟମ ସୋନାୱାରକୁ ଏକ ସାମରିକ ଚେକ ପୋଷ୍ଟରେ ପରିଣତ କରାଯାଇଛି । ଯେଉଁଠାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏପଟେ ଏସକେ ଷ୍ଟାଡିୟମ ଦେଇ ଯାଉଥିବା ରାସ୍ତାକୁ ସିଲ୍ କରାଯାଇଛି। ସିସିଟିଭି କ୍ୟାମେରା ବ୍ୟତୀତ ଷ୍ଟାଡିୟମକୁ ଡ୍ରୋନ୍ ଦ୍ବାରା ମଧ୍ୟ ନଜର ରଖାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details